Uncategorized

ଗୋଟିଏ ଦିନରେ ଦେଶରେ  କରୋନା ମୃତ୍ୟୁ ସଂଖ୍ୟା ୫୧୯

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୭ ହଜାର ୧୧୪ ନୂଆ‌ ରୋଗୀ ଚିହ୍ନଟ ହେବା ପରେ ୧୧ ଜୁଲାଇ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬ ହୋଇଛି । ସେହିପରି ଏହି ସମୟ ମଧ୍ୟରେ ଦେଶରେ ମୃତକଙ୍କ ସଂଖ୍ୟ।। ୫୧୯ ହୋଇଛି, ଯାହା ମୋଟ ମୃତ୍ୟୁ ସଂଖ୍ୟାକୁ ୨୨ ହଜାର ୧୨୩କୁ ବୃଦ୍ଧି କରିଛି। ଦେଶରେ ବର୍ତ୍ତମାନ ମୋଟ ୮ ଲକ୍ଷ ୨୦ ହଜାର ୯୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୮୩ ହଜାର ୪୦୭ ସକ୍ରିୟ ରୋଗୀ ଓ ୫ ଲକ୍ଷ ୧୫ ହଜାର ୩୮୬ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୪୬୧ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯୮୯୩କୁ ବଢ଼ିଛି। ଦିଲ୍ଲୀରେ ୧ ଲକ୍ଷ ୯ ହଜାର ୧୪୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୩୦୦ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୩୦ ହଜାର ୨୬୧ କରୋନା ସଂକ୍ରମିତ ଏବଂ ୧୮୨୯ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୪୦ ହଜାର ୧୫୫କୁ ବୃଦ୍ଧି, ୨୦୨୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୩୩ ହଜାର ୭୦୦ ସଂକ୍ରମିତ ଓ ୮୮୯ ମୃତ, କର୍ଣ୍ଣାଟକରେ ୩୩ ହଜାର ୪୪୮ ଆକ୍ରାନ୍ତ ଓ ୫୪୫ ମୃତ, ପଶ୍ଚିମବଙ୍ଗରେ ୨୭ ହଜାର ୧୦୯ ଆକ୍ରାନ୍ତ ଓ ୮୮୦ ମୃତ, ହରିୟାଣାରେ ୧୯ ହଜାର ୯୩୪ ଆକ୍ରାନ୍ତ ଏବଂ ୨୯୦ ମୃତ, ଆନ୍ଧ୍ରପ୍ରଦେଶରେ ୨୫ ହଜାର ୪୨୨ ଆକ୍ରାନ୍ତ ଏବଂ ୨୯୨ ମୃତ, ତେଲେଙ୍ଗାନାରେ ୩୨ ହଜାର ୨୨୪ ସଂକ୍ରମିତ ଓ ୩୩୯ ମୃତ, ରାଜସ୍ଥାନରେ ୨୩ ହଜାର ୧୭୪ ଆକ୍ରାନ୍ତ ଓ ୪୯୭ ମୃତ, ଜାମ୍ମୁ-କାଶ୍ମୀରରେ ୯୮୮୮ ସଂକ୍ରମିତ ଓ ୧୫୯ ମୃତ, ମଧ୍ୟପ୍ରଦେଶରେ ୧୬ ହଜାର ୬୫୭ ସଂକ୍ରମିତ ଓ ୬୩୮ ମୃତ, ବିହାରରେ ୧୪ ହଜାର ୩୩୦ ଆକ୍ରାନ୍ତ ଓ ୧୧୧ ମୃତ, ଆସାମରେ ୧୫ ହଜାର ୫୩୭ ଆକ୍ରାନ୍ତ ଓ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Related posts

ଘରେ ପ୍ରସ୍ତୁତ କରନ୍ତୁ ମଟନ କିମା ବିରିୟାନୀ

mahabharatanews

ଦରଜ ହେଉଛି କି ଆପଣଙ୍କ ପାଦ, ଜାଣନ୍ତୁ ଏହା ପଛର ୩ଟି କାରଣ

mahabharatanews

ଦିନକରେ ୧୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews