Uncategorized

କରୋନା ମୁକାବିଲାରେ  ଧାରାବୀ ବସ୍ତୀ ପାଲଟିଛି ଉଦାହରଣ ପାଲଟିଛି

ମୁମ୍ବାଇ: କରୋନା ସଂକ୍ରମଣରେ ଏସିଆର ସର୍ବ ବୃହତ୍ତ ବସ୍ତୀ ମୁମ୍ବାଇର ଧାରାବୀ ଯେମିତି ଚର୍ଚ୍ଚାରେ ଥିଲା, ସେମିତି ଏବେ କରୋନା ମୁକାବିଲାକୁ ନେଇ ରହିଛି। ଏଥିନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏବଂ ଜାତିସଂଘ ଧରାବୀକୁ ପ୍ରଶଂସା କରିଛି। ଧାରାବୀର ବାସିନ୍ଦା ସହରବାସୀଙ୍କଠାରୁ ଅଧିକ ସଚେତନ। ଧାରାବୀର ବାସିନ୍ଦା କରୋନା ଗାଇଡଲାଇନକୁ ଅକ୍ଷରେ ଅକ୍ଷରେ ପାଳନ କରି ଏହି ଭୂତାଣୁ ସଂକ୍ରମଣ ରୋକିବାରେ ସମର୍ଥ ହେବା ସହ ବିଶ୍ୱ ପାଇଁ ମଡେଲ ପାଲଟିଥିବା ଡବ୍ଲୁଏଚଓ ମହାନିର୍ଦେଶକ ଟ୍ରେଡୋସ ଆଡ୍‌ହାନମ ଟ୍ବିଟ୍‌ କରି କହିଛନ୍ତି ।
ସେ କହିଛନ୍ତି, ବିଶ୍ଵରେ ଅନେକ ଉଦାହରଣ ରହିଛି, ଯେଉଁଠି ଲୋକେ ଦେଖାଇ ଦେଇଛନ୍ତି ଯେ ପ୍ରକୋପ କେତେ ବି ଅଧିକ ହେଉ ନା କାହିଁକି, ତାହାକୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ। ଏଭଳି ଉଦାହାରଣଗୁଡ଼ିକ ମଧ୍ୟରେ କିଛି ଇଟାଲୀ, ସ୍ପେନ ଓ ଦକ୍ଷିଣ କୋରିଆ ଏବଂ ଏପରି କି ଧାରାବୀ ବି ରହିଛି।
ଜାତିସଂଘର ସ୍ବାସ୍ଥ୍ୟ ପ୍ରମୁଖ କହିଛନ୍ତି, ଭାରତ ଭଳି ଏକ ବିକାଶଶୀଳ ଦେଶରେ ଅନ୍‌ଲକ୍‌ ସମୟରେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଥିବାବେଳେ ମୁମ୍ବାଇର ଧାରାବୀରେ ଟେଷ୍ଟିଂ, ଟ୍ରେସିଂ, ସାମାଜିକ ଦୂରତା ଏବଂ ସଂକ୍ରମିତ ରୋଗୀଙ୍କର ତୁରନ୍ତ ଚିକିତ୍ସା ଯୋଗୁ ଏଠାରେ ଲୋକେ କରୋନା ଲଢ଼େଇକୁ ଜିତି ନେଇଛନ୍ତି। ଆମକୁ ନେତୃତ୍ଵ, ସାମ୍ପ୍ରଦାହିକ ସହଭାଗିତା ଏବଂ ସାମୁହିକ ଏକତାର ଆବଶ୍ୟକତା ରହିଛି।
ମୁମ୍ବଇର ଧାରାବୀରେ ଏପ୍ରିଲ ୧ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। । ୮ରୁ ୧୦ ଲକ୍ଷ ଲୋକ ରହୁଥିବା ଏହି ବସ୍ତିରେ ସଂକ୍ରମଣ ଅଣାୟତ ହେବ ଓ ଗୋଷ୍ଠୀ ସଂକ୍ରମଣ ଘଟିବ । ଚିନ୍ତୁ ରାଜ୍ୟ ସରକାରର ଦୂରଦୃଷ୍ଟି ଏପରି ହେବାକୁ ଦେଇ ନ ଥିଲା । ରାଜ୍ୟ ସରକାର ଏଠାରେ କଂଟ୍ରାକ୍ଟ ଟ୍ରେସିଂ, ଫିଭର କ୍ୟାମ୍ପ, ଲୋକଙ୍କୁ ପୃଥକୀକରଣ କରିବା ଏବଂ ପରୀକ୍ଷା କରିବା ଆରମ୍ଭ କରିଥିଲେ। ସ୍କୁଲ, କଲେଜଗୁଡ଼ିକୁ କ୍ବାରେଣ୍ଟାଇନ ସେଣ୍ଟର କରାଯାଇଥିଲା। ସେଠାରେ ଭଲ ଡାକ୍ତର, ନର୍ସ ନିଯୁକ୍ତ କରାଯିବା ସହିତ ସମସ୍ତଙ୍କୁ ୩ ବେଳା ଖାଇବାକୁ ଦିଆଗଲା। ସଠିକ ପରିଚାଳନା ଓ ସଚେତନତା ପାଇଁ ଏହା ନିୟନ୍ତ୍ରଣ ହେଲା ।

Related posts

ଅଯୋଧ୍ୟା ରାମ ମନ୍ଦିର ପାଇଁ ବିଶ୍ୱର ସବୁଠାରୁ ବଡ ଘଣ୍ଟି ଦାନ

mahabharatanews

ହୋଟେଲରେ ବସି ଖାଇବାକୁ କେରଳ ସରକାର ଦେଲେ ନିର୍ଦ୍ଦେଶ

mahabharatanews

ସାବଧାନ, ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ଲଗୁଚାପ !

mahabharatanews