Uncategorized

ସୁପ୍ରିମକୋର୍ଟ କଲେଜିୟମର ସୁପାରିସରେ କେନ୍ଦ୍ରର ବାଜିଲା ମୋହର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପଦୋନ୍ନତି ପାଇ ସୁପ୍ରିମକୋର୍ଟର ବିଚାରପତି ହେବାକୁ ଥିବା ୯ ଜଣ ବିଚାରପତିଙ୍କ ନାମରେ ମୋହର ଲଗାଇଛନ୍ତି । ଏହି ୯ ଜଣଙ୍କ ନାମକୁ କିଛି ଦିନ ପୂର୍ବେ କଲେଜିୟମ ସୁପାରିସ କରିଥିଲେ । ଏହି ପ୍ରସ୍ତାବକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ବିଚାରପତିମାନଙ୍କ ପଦୋନ୍ନତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ନୂଆ ବିଚାରପତି ଶପଥପାଠ କରିବେ ।
ଏହି ୯ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାର ପତି ରହିଛନ୍ତି । ସୁପାରିସ ହୋଇଥିବା ୩ ମହିଳା ଜଜ୍ଙ୍କ ମଧ୍ୟରେ କର୍ଣ୍ଣାଟକା ହାଇକୋର୍ଟର ବିଚାରପତି ବିଭି ନାଗରତ୍ନାଙ୍କ ନାଁ ରହିଛି। ସେହିପରି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।
ଏମାନଙ୍କ ବ୍ୟତୀତ କର୍ଣ୍ଣାଟକା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଏସ୍ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ ବରିଷ୍ଠ ଆଇନଜୀବୀ ପିଏସ ନରସିମା ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି।ଏହି ନିଯୁକ୍ତି ପରେ ସୁପ୍ରିମ କୋର୍ଟରେ ଥିବା ମୋଟ ୩୪ ବିଚାରପତି ପଦରୁ ୩୩ଟି ପୂରଣ ହୋଇଯିବ ଓ କେବଳ ଗୋଟିଏ ପଦ ଖାଲି ରହିବ ।

 

Related posts

ସିଏଏ ବିରୋଧୀ ଆନ୍ଦୋଳନରେ ବୋମା ମାଡ, ୨ ମୃତ

mahabharatanews

ଗୋଆ ପୂର୍ବତନ ମନ୍ତ୍ରୀଙ୍କ ପରଲୋକ

mahabharatanews

ସିଏଏ ହିଂସା: ପର୍ସ ବଞ୍ଚାଇଲା କନଷ୍ଟେବଲଙ୍କ ଜୀବନ

mahabharatanews