ଓଡିଶା

ଅମାନିଆଙ୍କ ଠାରୁ ଫାଇନି ଆଦାୟ କଲା ଡେଲାଙ୍ଗ ପୋଲିସ

(ଜୟନ୍ତ କୁମାର ସେଠୀ /ପୁରୀ): ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅଞ୍ଚଳରେ ୪ଜଣ କରୋନା ପଜିଟିଭି ଚିହ୍ନଟ ହେବା ପରେ ଡେଲାଙ୍ଗ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ତତ୍ୱବଧାନରେ ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ସଦଳବଳେ ଡେଲାଙ୍ଗ ହାଟ ବଜାରରେ ଅମାନିଆଙ୍କଠାରୁ ଜୋରିମାନ ଆଦାୟ କରିଛନ୍ତି । ବିଶେଷ କରି ଡେଲାଙ୍ଗ ହାଟ ବଜାରରେ ଥିବା ପାନ ଦେକାନ, ପରିବା, ଗ୍ରୋସରୀ ଓ ମାଛ, ମାଂସ ଦେକାନ ଗୁଡିକରେ ସାମାଜିକ ଦୂରତା ରକ୍ଷା ନ କରିବା ଓ ମାସ୍କ ବ୍ୟବହାର ନ କରି ବଜାରରେ ବୁଲୁଥିବା ଅମାନିଆ ଲୋକମାନଙ୍କ ଠାରୁ ଜୋରିମାନ ଆଦାୟ କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁଙ୍କ ଠାରୁ ସୁଚନା ।

Related posts

କୋରାପୁଟ ଜିଲ୍ଲାରୁ ୪୦୦ ରକ୍ତ ନମୁନା ସଂଗ୍ରହ କରୁଛି ଆରଏମ୍ଆରସି

mahabharatanews

ରୋଗୀ ସ୍ଥାନାନ୍ତର ପାଇଁ ନୟାପଲ୍ଲୀରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର

mahabharatanews

ବନ୍ଦରରେ ନିଯୁକ୍ତି ଲାଗି ଏଡିଏମଙ୍କୁ ସ୍ମାରକପତ୍ର

mahabharatanews