ଵାଣିଜ୍ୟ

ଲଞ୍ଚ ହେଲା ଭାରତ ସ୍କାନର ଆପ୍

(ଅରୁଣ ସାହୁ/ମହାଭାରତ): ଚାଇନିଜ ଆପଗୁଡିକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିବା ପରେ ଆଜି ଭାରତୀୟ ୟୁଜର୍ସଙ୍କ ପାଇଁ ଏବେ ସ୍ୱଦେଶୀ ଆପ ଲଞ୍ଚ ହୋଇଛି । ଚାଇନାର କ୍ୟାମ ସ୍କାନର ଭଳି ସ୍ୱଦେଶୀ ଆପ ଭାରତ ସ୍କାନର ଲଞ୍ଚ ହୋଇଛି । ଏହି ଆପକୁ ବ୍ୟବହାର କରି ୟୁଜର୍ସମାନେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ସ୍କାନ କରିପାରିବେ । ଏହାଛଡା ଏହି ଆପ ସାହାଯ୍ୟରେ ଅନେକ ଫାଇଲକୁ ପିଡିଏଫରେ ମଧ୍ୟ କନଭର୍ଟ କରାଯାଇପାରୁଛି । ଏଥିରେ ଥିବା ଏହି ଆପରେ ୟୁଜର୍ସଙ୍କ ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଭାରତ ସ୍କାନରର ଆଧିକାରୀକ ୱେବସାଇଟରେ କୁହାଯାଇଛି । । ଏହି ଆପଟି ମାଗଣାରେ ଗୁଗୁଲ ପ୍ଲେଷ୍ଟୋରରେ ଉପଲବ୍ଧ ଥିବା ବେଳେ ବ୍ୟବହାରକାରୀଙ୍କ ତଥ୍ୟ ଓ ଗୋପନୀୟତା ସୁରକ୍ଷା ପାଇଁ ଏଥିରେ ଆଡଭାନ୍ସ ଫିଚର ରହିଛି ।

Related posts

ଦୁବାଇ ବିମାନବନ୍ଦରକୁ ୧୫ ଦିନ ପାଇଁ ଏୟାର ଇଣ୍ଡିଆ ବିମାନ ନିଲମ୍ବିତ

mahabharatanews

ପୁଣି ଥରେ ଏକ ବଡ଼ ଧରଣର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି ମେଟା

mahabharatanews

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

mahabharatanews