Uncategorized

ଦୁଇ ମତ୍ସଜୀବୀଙ୍କୁ ସୋନପୁର ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା

(ଓମ ପ୍ରକାଶ ମିଶ୍ର/ସୋନପୁର): ସୋନପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ସମ୍ବିଳନୀ କକ୍ଷରେ ଦୁଇ ମସ୍ୟଜୀବୀଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ନଦୀରେ ଭାସି ଯାଉଥିବା ଜଣେ ମହିଳାଙ୍କ ଜୀବନ ବଞ୍ଚାଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଉଲୁଣ୍ଡା ବ୍ଳକ କୁଲିହାକାନୀ ଗାଁର ମୀରା ସେଠୀ ଓ ତାଙ୍କ ସ୍ୱାମୀ ନିତ୍ୟାନନ୍ଦ ସେଠୀ ଘରକୁ ଫେରୁଥିବା ବେଳେ ସୋନପୁର – ସମ୍ବଲପୁର ମୁଖ୍ୟ ରାସ୍ତାରେ ଥିବା ମହାନଦୀ ସେତୁ ପୋଲ ଉପରେ କିଛି ସମୟ ବୁଲାବୁଲି କରିଥିଲେ।ଏହି ସମୟରେ ମୀରା ସେଠୀ ମହାନଦୀ ପୋଲର ବାଡରୁ ତଳକୁ ଦେଖୁଥିବା ବେଳେ ହଠାତ ପୋଲ ତଳକୁ ଖସି ପଡିଥିଲେ। ନଦୀ ଭିତରେ ଡଙ୍ଗାରେ ମାଛ ମାରୁଥିବା ଦୁଇ ମସ୍ୟଜୀବୀ ନରେଶ ନାଏକ ଓ ପରେସ ନାଏକ ଏହି ସମୟରେ ମୀରା ଙ୍କୁ ଦେଖି ଉଦ୍ଧାର କରିଥିଲେ।ଏହି ଦୁଇ ମସ୍ୟଜୀବୀ ଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇଁ ସୁପାରିଶ କରାଯିବ ବୋଲି ଏସପି ଦେବୀ ପ୍ରସାଦ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ରମେଶ ପାଣିଗ୍ରାହୀ, ସୋନପୁର ଏସ୍ ଡିପିଓ ମିହିର ପଣ୍ଡା, ଟାଉନ ଥାନା ଆଇଆଇସି ଲୋକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ହାଥରସ ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟରେ ୟୁପି ସରକାରଙ୍କ ସତ୍ୟପାଠ ଦାଖଲ

mahabharatanews

ନରେଲା ଶିଳ୍ପାଞ୍ଚଳ ଜୋତା କାରଖାନାରେ ଅଗ୍ନିକାଣ୍ଡ

mahabharatanews

ଦିଲ୍ଲୀରେ ଇଣ୍ଟରନେଟ ସେବା ବନ୍ଦ

mahabharatanews