ରାଜନୀତି

୩୬ ବିଜେଡି ନେତାଙ୍କୁ ନୂଆ ଦାୟୀତ୍ୱ

(ମହାଭାରତ/ଭୁବନେଶ୍ୱର): ବିଜୁ ଜନତା ଦଳର ୩୬ ଜଣ ନେତାଙ୍କୁ ନୂଆ ଦାୟୀତ୍ୱ ଦିଆଯାଇଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ ସାମିଲ ଅଛନ୍ତି । ଭଟଲୀ ବିଧାୟକ ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡ଼ିଶା, ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କୁ ଏସସି ସଶକ୍ତିକରଣ, ମନୋହର ରନ୍ଧାରୀଙ୍କୁ ସଶକ୍ତ ଓଡ଼ିଶା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାମାଜିକ କଲ୍ୟାଣ, ସ୍ନେହାଙ୍ଗିନୀ ଛୁରିଆଙ୍କୁ ଏସସି ସଶକ୍ତିକରଣ, ଜଗନ୍ନାଥ ସରକାଙ୍କୁ ଆଦିବାସୀ ସଶକ୍ତିକରଣ, ଦେବେଶ ଆଚାର୍ଯ୍ୟଙ୍କୁ ମୋ ପରିବାର, ଉମାକାନ୍ତ ସାମନ୍ତରାୟ ସାମାଜିକ କଲ୍ୟାଣ, ବ୍ୟୋମୋକେଶ ରାୟଙ୍କୁ ଯୁବ ବ୍ୟାପାର , ଅନନ୍ତ ନାରାୟଣ ଜେନାଙ୍କୁ ସଶକ୍ତ ଓଡ଼ିଶା, ସସ୍ମିତ ପାତ୍ରଙ୍କୁ ଓଡ଼ିଶା ମୋ ପରି୍ବାର, ଯୋଗେଶ ସିଂଙ୍କୁ ଆଦିବାସୀ ସଶକ୍ତିକରଣ ଓ ଦଳିତ ବ୍ୟାପାର, ସତ୍ୟବ୍ରତ ପାତ୍ରଙ୍କୁ କଳା, ସଂସ୍କୃତି ଏବଂ ଅନ୍ୟ ସେହିପରି ଦଳର ଅନ୍ୟ ନେତାମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି ।
(ମହାଭାରତ/ଭୁବନେଶ୍ୱର):

Related posts

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟଙ୍କ କରୋନା ଗ୍ରସ୍ତ, ସନ୍ଦେହ ଘେରରେ ଭାରତ ଗସ୍ତ !

mahabharatanews

 ପିପିଇ କିଟରେ ବିଧାନସଭା ଭବନରେ  ବିଧାୟକ

mahabharatanews

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews