ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମୁନିସିପାଲିଟି ଅଧୀନରେ କରୋନା ସ୍ଥିତି ଅଣାୟତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ରାତି ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ଯାଏଁ ଲକଡାଉନ୍ ଜାରି କରିଛନ୍ତି । ତେବେ ଏହି ସମୟ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସରକାର କିଛିଟା ପରିବର୍ତ୍ତନ କରିଛନ୍ତି । ଯାହାର ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ମଦ ଦୋକାନକୁ ହୋମ୍ ଡେଲିଭରି ପାଇଁ ଅନୁମତି ଦିଆଯାଇଛି ।
ଏହି ଲକ୍ଡାଉନ୍ ସମୟରେ ମଦ ଦୋକାନ ନ ଖୋଲି କେବଳ ହୋମ୍ ଡେଲିଭରି କରାଯିବାକୁ ଅନୁମତି ଦେଇଛନ୍ତି ସରକାର । ଲକ୍ଡାଉନ୍ ସମୟରେ ବିଦେଶୀ ମଦ ଯଥା ଆଇଏମ୍ଏଫ୍ଏଲ୍, ଦେଶୀ ମଦ ଓ ମହୁଲ ଆଦି ମଦକୁ ଠିପି ଖୋଲା ଓ ଠିପି ବନ୍ଦ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି । ସେମାନେ ପୂର୍ବପରି ମଦର ହୋମ୍ ଡେଲିଭରି କରିପାରିବେ। ମଦ ହୋମଡେଲିଭରି କରିବା ସମୟରେ କୋଭିଡ ନିୟମ ମାନିବାକୁ ପଡି । ଏହି ୧୪ଦିନିଆ ଲକ୍ଡାଉନ୍ର ଦିନମାନଙ୍କରେ କୌଣସି କାଉଣ୍ଟରରେ ମଦ ବିକ୍ରି ହେବ ନାହିଁ । କେବଳ ହୋମ୍ ଡେଲିଭରି କରାଯିବ ।
next post
