ଓଡିଶା

କୌଣସି ବିଷୟର ଚାହିଦା ନ ଥିଲେ ଅନ୍ୟ ଚାହିଦା ଥିବା ବିଷୟର ସିଟ ବୃଦ୍ଧି କରାଯାଇ ପାରିବ

ଭୁବନେଶ୍ୱର: କୌଣସି ଡିଗ୍ରୀ କଲେଜରେ କୌଣସି ବିଷୟର ଚାହିଦା ନଥିଲେ ବା ଲଗାତର କିଛି ବର୍ଷ ଧରି ବିଷୟରେ କେହି ଆଡମିଶନ ନେଉ ନ ଥିଲେ ସେହି ବିଭାଗକୁ ବନ୍ଦ କରିଦିଆଯିବ । ଅଥବା ସେହି ସିଟ୍‌ ବଦଳରେ ଅନ୍ୟ ଚାହିଦା ଥିବା ବିଭାଗଗୁଡିକର ସିଟ୍‌ ବୃଦ୍ଧି କରାଯିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଥିନେଇ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ହୋଇଛି।
ଚିଠି ଅନୁଯାୟୀ, ଡିଗ୍ରୀ କଲେଜଗୁଡିକରେ ଖୋଲା ଯାଇଥିବା ନୂଆ ବିଭାଗଗୁଡିକରେ ସିଟ୍‌ ଆଉ ବୃଦ୍ଧି କରାଯିବ ନାହିଁ । ଅପରପକ୍ଷେ ରସାୟନ ବିଜ୍ଞାନ. ପଦାର୍ଥ ବିଜ୍ଞାନ ଓ ଗଣିତ(ପିସିଏମ୍‌), ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ(ସିବିଜେଡ୍‌), କଳା ଓ ବାଣିଜ୍ୟ ବିଭାଗରେ ସରକାର ଦ୍ୱାରା ଅନୁମୋଦିତ ସିଟ୍‌ ଅପରିବର୍ତ୍ତିତ ରହିବ । ଅନର୍ସରେ ସର୍ବନିମ୍ନ ସିଟ୍‌ ସଂଖ୍ୟା ୮ ରହିବ ।
କିନ୍ତୁ ଯଦି କଲେଜଗୁଡିକ କୌଣସି ବିଭାଗରେ ସିଟ୍‌ କମ କରିବା ସହିତ ଅନ୍ୟ କୌଣସି ବିଭାଗରେ ସିଟ୍‌ ବଢାଇବାକୁ ଚାହୁଁଥିବେ, ସେ ବାବଦରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦେବାକୁ କୁହାଯାଇଛି । ବିଭାଗ ବିଷୟଗୁଡିକରେ ସିଟ୍‌ ପରିବର୍ତ୍ତନକୁ ଅନୁମତି ଦେବ । ତେଣୁ ଡିଗ୍ରୀ କଲେଜଗୁଡିକ ସେମାନଙ୍କର ଆଞ୍ଚଳିକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରସ୍ତାବଗୁଡିକ ଦାଖଲ କରିବାକୁ ଶ୍ରୀ ମିଶ୍ର କହିଛନ୍ତି ଚିଠିରେ ଉଲ୍ଲେଖ କରିଛନ୍ତି।

Related posts

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ

mahabharatanews

୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ

mahabharatanews

ବରଯାତ୍ରୀ ବସକୁ ୩.୭୦ ଲକ୍ଷ ଫାଇନ୍

mahabharatanews