ଓଡିଶା

ସାନିଟାଇଜ ହେଲା ଉଦଳା ଷ୍ଟେଟ ବ୍ୟାଙ୍କ

(ଦୀପକ ମିଶ୍ର/ଉଦଳା): ଗତକାଲି ଉଦଳା ଷ୍ଟେଟ ବ୍ୟାଙ୍କରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ବ୍ୟାଙ୍କର ଅନ୍ୟ କର୍ମଚାରୀମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଛି । ଆଜି କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ନିର୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ଗୌରହରି ମହାନ୍ତ ଉଦଳା ଷ୍ଟେଟ ବ୍ୟାଙ୍କ ପରିଦର୍ଶନ କରିବା ସହ ବ୍ୟାଙ୍କକୁ ସାନିଟାଇଜ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ ଉଦଳା ଏନଏସି ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟାଙ୍କକୁ ସାନିଟାଇଜ କରାଯାଇଥିଲା । ବ୍ୟାଙ୍କ କର୍ମଚାରୀ ତଥା ଉପଭୋକ୍ତାମାନେ କିପରି ବ୍ୟାଙ୍କକୁ ଆସି ସତର୍କତା ଅଵଲମ୍ବନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

Related posts

କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ; ସତର୍କ ଜାରି 

mahabharatanews

ପାରାଦ୍ୱୀପ ୟୁନିଟ ଟ୍ରଷ୍ଟ୍ ପକ୍ଷରୁ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews

ଘନକୁହୁଡ଼ି : ୧୫ଜିଲ୍ଲାକୁ ସତର୍କ ଜାରି  

mahabharatanews