ଓଡିଶା

ପୁରୀ ଜିଲ୍ଲାରେ ୩୦ କଣ୍ଟେନମେଣ୍ଟ ଜୋନ: ଜିଲ୍ଲାପାଳ

(ଜୟନ୍ତ ସେଠୀ/ପୁରୀ): ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଆଗକୁ ସଂକ୍ରମଣକୁ ରୋଗିବାକୁ ହେଲେ ଲୋକଙ୍କୁ ସତର୍କ ହେବା ପାଇଁ ପୁରୀ ଜିଲାପାଳ ବଲବନ୍ତ ସିଂହ ବାର୍ତ୍ତା ଦେଇଛନ୍ତି । କୋଭିଡ ଗାଇଡ଼ଲାଇନକୁ ମାନି ଚଳିଲେ ଏହି ବିପଦକୁ ଏଡାଇ ହେବ ବୋଲି ସେ କହିଛନ୍ତି । ଏଣିକି କରୋନା ପରୀକ୍ଷଣ ପାଇଁ ଜିଲ୍ଲା ଅନ୍ତର୍ଗତ ପ୍ରତି ବ୍ଲକରେ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ସ୍ୱତନ୍ତ୍ର ତାଲିମ ପାଇଥିବା ଏହି ଟିମ କରୋନା ପରୀକ୍ଷଣ କରିବ। ଫଳରେ ଅଧିକରୁ ଅଧିକ ପରୀକ୍ଷଣ ହୋଇ ପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଜିଲାରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୧୧ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୯୮ଟି ଆକ୍ଟିଭ କେସ ରହିଛି। ଜିଲାରେ ୩୦ଟି କଣ୍ଟେନମେଣ୍ଟ ଜୋନ ରହିଛି। ଗତକାଲି ୧୪ଟି ନୂଆ କରୋନା ପଜିଟିଭ କେସ ଆସିଚି । ସେଥି ମଧ୍ୟରୁ ପୁରୀ ପୌରାଞ୍ଚଳ ର ୬ଟି କେସ ରହିଛି। ପୁରୀ ପୌରାଞ୍ଚଳରେ ସର୍ବଧିକ ୬୬ଟି କରୋନା ପଜିଟିଭ କେସ ରହିଛି। ତେବେ ଜିଲା ପ୍ରଶାସନର ସୂଚନା ଅନୁଯାୟୀ ଆଜି ପର୍ୟ୍ୟନ୍ତ ମୋଟ ୨୧ ହଜାର ୪ଶହ ୭ଟି ସାଂପଲ ସଂଗ୍ରହ ହୋଇ ଟେଷ୍ଟ ହୋଇଛି। ସେଥି ମଧ୍ୟରୁ ୭୫.୪୮ ପ୍ରତିଶତ ଅରୋଗ୍ୟ ହାର ରହିଛି।

 

Related posts

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews

ଉଛୁଳୁଛି ହୀରାକୁଦ; ଆସନ୍ତାକାଲି ଖୋଲିବ ହୀରାକୁଦ ଡ୍ୟାମର ଗେଟ୍

mahabharatanews

ସପ୍ତାହେ ପାଇଁ କରୁଆ ପଞ୍ଚାୟତର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

mahabharatanews