ଓଡିଶା

ଆଜି ରାଜଧାନୀରୁ ୪୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ଆଉ ୪୯ ନୂଆ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟଙ୍କ ମଧ୍ୟରୁ ୩୪ଜଣ କ୍ୱାରେଣ୍ଟାଇନର ରହିଥିବା ବେଳେ ୧୫ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଭୁବନେଶ୍ୱରରେ ମୋଟ ୧୨୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୭୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୫୪୨ଟି ସକ୍ରିୟ କେସ୍ ରହିଛି ଓ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବରମୁଣ୍ଡାରୁ ୮ ବର୍ଷର ବାଳକ, ଗଙ୍ଗନଗରର ୩୩ ବର୍ଷୀୟ ବ୍ୟକ୍ତି, ଖାରବେଳ ନଗରର ୬୦ ବର୍ଷୀୟ ବୃଦ୍ଧ, ଏକ ସରକାରୀ ଅଫିସର ୩୮ ବର୍ଷୀୟ କର୍ମଚାରୀ, ୟୁନିନ-୩ର ୫୬ ବର୍ଷୀୟ ବ୍ୟକ୍ତି, ବିଜେବି ନଗରର ୪୦ ବର୍ଷୀୟ ବ୍ୟକ୍ତି । ସେହିପରି ନୟାପଲ୍ଲୀ ନୂଆସାହିର ୬୦ ବର୍ଷୀୟ ବୃଦ୍ଧ, ଟଙ୍କପାଣି ରୋଡର ୫୧ ବର୍ଷୀୟ ବ୍ୟକ୍ତି, ପୋଖରୀପୁଟର ୨୦ ବର୍ଷର ଯୁବକ, ଲକ୍ଷ୍ମୀସାଗରର ୨୪ ବର୍ଷୀୟ ଯୁବକ, ଖଣ୍ଡଗିରିର ୪୬ ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀ ମହିମା ଢାବା ନିକଟରେ ଜଣେ ୩୫ ବର୍ଷୀୟ ଯୁବକ, ଭରତପୁରର ୩୭ ବର୍ଷୀୟ ବ୍ୟକ୍ତି ଓ ଖଣ୍ଡଗିରି ପ୍ଲାଜାର ୬୯ ବର୍ଷୀୟ ବ୍ୟକ୍ତି ।

Related posts

ରାଜଧାନୀ ଜଗିବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

mahabharatanews

ଚନ୍ଦ୍ରରେ ଇତିହାସ ରଚିଲା ଭାରତ 

mahabharatanews

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ 

mahabharatanews