ଅପରାଧ

ତହସିଲଦାରଙ୍କୁ ଦୁର୍ବ୍ୟବହାର ଓ ଅକ୍ରମଣ: ଅଧ୍ୟାପକ ଗିରାଫ

ବନବାସୀ ପ୍ରଧାନ/ କନ୍ଧମାଳ: ତହସିଲଦାର କ୍ଷିରୋଦା ତନୟା ସାହୁଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରି ବାଲିଗୁଡା ଆଦୀବାସୀ କଲେଜର ଅଧ୍ୟାପକ ତେଜେଶ୍ବର ନାୟକ ଗିରାଫ । ବାଲିଗୁଡା ପୋଲିସ ସୂଚନା ଅନୁଯାୟୀ, ବାଲିଗୁଡା ବାନ୍ଦାପାଙ୍ଗା ଅନ୍ତର୍ଗତ ମୁଣ୍ଡାସାହିରେ ଏକ ଶୁଦ୍ଧିକ୍ରୀୟା ଚାଲିଥିଲା । ଶୁଦ୍ଧିକ୍ରୀୟାରେ ଯୋଗଦେବା ପାଇଁ କଲିକତାରୁ ପାଞ୍ଚଜଣ ଆସିଥିବା ଖବର ପାଇ ମାଜିଷ୍ଟେଟ ଦାଇତ୍ୱରେ ଥିବା ତହସିଲଦାର କ୍ଷିରୋଦା ତନୟା ସାହୁ ସେଠାରେ ପହଞ୍ଚିଥିଲେ । ପଚାରା ପଚୁରି ସମୟରେ ଶୁଦ୍ଧିକ୍ରୀୟାରେ ଥିବା ଅଧ୍ୟାପକଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଅଧ୍ୟାପକ ଉତକ୍ଷିପ୍ତ ହୋଇ ଏକ ପଥର ତହସିଲଦାରଙ୍କୁ ମାରିଥିଲେ । କିନ୍ତୁ ପଥରଟି ତହସିଲଦାରଙ୍କ ଠି ବାଜିନଥିଲା । ତାପରେ ତହସିଲଦାରଙ୍କୁ ବିଭିନ୍ନ ଭାଷାରେ ଗାଳି ଗୁଳଜ କରି ଠେଲା,ପେଲା କରି ସେଠାରୁ ଘଉଡାଇ ଦେଇଥିବା ଅଭିଯୋଗ କରିଥିଲେ ତହସିଲଦାର । ଏ ବିଷୟରେ କଲେକ୍ଟର, ସବକଲେକ୍ଟର ଓ ପୋଲିସକୁ ଜଣାଇବା ପରେ ଅଧ୍ୟାପକ ତେଜେଶ୍ବର ନାୟକଙ୍କୁ ପୋଲିସ ଗିରାଫ କରି ଏକ ମାମଲା ରୁଜୁ କରି କୋର୍ଟ ଫରଓ୍ବାଡ କରିଥିବା ଡିଏସପି ମନୋଜ ପୂଜାରୀ ସୂଚନା ଦେଇଛନ୍ତି ।

Related posts

ବ୍ରାଉନ ସୁଗାର ଜବତ, ୧ ଗିରଫ

mahabharatanews

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

mahabharatanews

ଭବାନୀପାଟଣାର ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews