ଓଡିଶା

ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ ଚାରା ବଣ୍ଟନ

(ଜୟନ୍ତ କୁମାର ସେଠୀ/ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଦଶଟି ଗ୍ରାମ ପଞ୍ଚାୟତର ମହିଳା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ଗଛର ଚାରା ବଣ୍ଟନ କରାଯାଇଛି । ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ବିଗତ ଦିନରେ ମହିଳା ଗୋଷ୍ଠୀଙ୍କୁ କତାପାରୁ ଉପରେ ବିଭିନ୍ନ ତାଲିମ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ କରୋନା ଯୋଗୁ ସବୁ ଠପ ହୋଇଯାଇଛି । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ଓ ଫାଉଣ୍ଡେସନର ମିଳିତ ସହଯୋଗରେ ଅକାଶିଆ, ଝାଉଁ, ଡାଲଚିନି, ବଉଳ ଓ ଅଁଳା ଆଦି ବୃକ୍ଷ ଚାରା ବଣ୍ଟନ କରାଯାଇଛି । ମହିଳାମାନଙ୍କୁ ନିଜ ନିଜ ବାରିରେ ବା ଛାତ ଉପରେ କିଚେନ ଗାର୍ଡେନ କରିବା ପାଇଁ ଜୋର ଦିଆଯାଇଛି । ଯାହାକି ନିଜ ଘର ପାଇଁ ପରିବା ଓ ଫୁଲ ଖର୍ଚ୍ଚ ବହନ କରିବାରେଏହି ବଗିଚା କିଛି ମାତ୍ରାରେ ସାହାଯ୍ୟ କରିବ । ଏହା ସହିତ ଛତୁ, ପନିପରିବା ଚାଷ ପାଇଁ ମହିଳା ମାନଙ୍କୁ ଆଗାମୀ ଦିନରେ ତାଲିମ ପ୍ରଦାନ କରାଯିବ ବୋଲି ଫାଉଣ୍ଡସେନର ପୁରୀ ଡେଭେଲମେଣ୍ଟ ଅଫିସର ନିଲୁ କୁମାର ବେହେରା କହିଛନ୍ତି । ଗୁଆଳି ଗୋରଡା, କେତକୀ ପାଟଣା, ବଳପୁର, ପରାଜାପଡା, ମହୁରା, ବିଦ୍ୟାଧରପୁର ଆଦି ଗ୍ରାମ ପଞ୍ଚାୟତରେ ମହିଳା ଗୋଷ୍ଠୀ ମାନଙ୍କୁ ଏହି ଚାରା ବଣ୍ଟନ କରାଯାଉଛି । ବଳପୁର ଜୟଦୁର୍ଗା ଫାଉଣ୍ଡେସନର କର୍ମଚାରୀ ଜିତେନ୍ଦ୍ର ବାରିକ ମହିଳା ମହାସଂଘର ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶ, ସମ୍ପାଦିକା ମିନତୀ ମହାପାତ୍ରଙ୍କ ସହିତ ବାସନ୍ତୀ ସାହୁ, ଜୋସ୍ନାରାଣୀ ଜେନା, ସୁମିତ୍ରା ସାହୁ, ଗିତାଞ୍ଜଳି ପ୍ରଧାନ, ପ୍ରମିଳା ମୁଦୁଲି, ଜୋସ୍ନାରାଣୀ ପଣ୍ଡା, ଜୟନ୍ତୀ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଚାରା ରୋପଣ ଓ ବଣ୍ଟନ କରାଯାଇଥିଲା ।

Related posts

ପ୍ରଧାନ ଶିକ୍ଷକଙ୍କୁ ଗ୍ରାମବାସୀ ଙ୍କ ବିଦାୟ କାଲିନ ସମ୍ବର୍ଦ୍ଧନା

mahabharatanews

 ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ୍

mahabharatanews

ମଶାଣିକୁ ବାଟ ନ ଥିବାରୁ ଗାଁ ଲୋକଙ୍କ ରାସ୍ତା ଅବରୋଧ

mahabharatanews