ରାଜନୀତି

 ନୋଟିସ ଉପରେ ରହିତାଦେଶ ଜାରିକଲେ ହାଇକୋର୍ଟ

ଜୟପୁର/ ଶିଳାସ୍ମିତା: ଆଜି ରାଜସ୍ଥାନ ହାଇକୋର୍ଟଙ୍କ ରାୟ ବାଚସ୍ପତିଙ୍କ ନୋଟିସ ଉପରେ ରହିତାଦେଶ ଜାରି କରି ବାଚସ୍ପତି ସି.ପି. ଯୋଶୀଙ୍କୁ ପୁଣି ଏକ ଝଟ୍‌କା ଦେଇଛି। ଫଳରେ ରାଜସ୍ଥାନ କଂଗ୍ରେସ ବିଦ୍ରୋହୀ ନେତା ସଚିନ ପାଇଲଟ ଓ ତାଙ୍କ ସମର୍ଥକଙ୍କୁ ଅଯୋଗ୍ୟ ଘୋଷିତ କରି ପାରିବେ ନାହିଁ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ସୋମବାର ହେବାକୁ ଧାର୍ଯ୍ୟ କରାଯାଇଛି । ଏହାପରେ ସଚିନ ଓ ତାଙ୍କ ସାମର୍ଥକଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ଗତକାଲି ବାଚସ୍ପତିଙ୍କ ସ୍ପେଶାଲ ଲିଭ୍‌ ପିଟିଶନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାକୁ ମନା କରିଦେଇଥିଲେ।
ସଚିନ ପାଇଲଟ୍‌ ଏବଂ ତାଙ୍କ ଗୋଷ୍ଠୀର ୧୮ ବିଧାୟକ ବିଜେପିରେ ମିଶିବା ନେଇ ରାଜସ୍ଥାନ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । କଂଗ୍ରେସ ଏମାନଙ୍କ ବିରୋଧରେ ଦଳ ବିରୋଧୀ କାର୍ୟ୍ୟ ଅଭିଯୋଗ କରିବା ପରେ ବାଚସ୍ପତି ସେମାନଙ୍କୁ ନୋଟିସ ପଠାଇବା ସହିତ କାହିଁକି ଅଯୋଗ୍ୟ ଘୋଷିତ ହେବେନାହିଁ ବୋଲି କାରଣ ଦର୍ଶାଇବାକୁ କହିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍‌ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁକ୍ରବାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ମାମଲାରେ ପକ୍ଷ ରଖାଯିବ।

Related posts

ତିର୍ତ୍ତୋଲ ଓ ବିଲେଶ୍ୱର ଉପନିର୍ବାଚନ: ବିଜେଡି ଘୋଷଣା କଲା ପ୍ରାର୍ଥୀ

mahabharatanews

ଦୂରେଇବାରେ ଲାଗିଛି ଇମ୍ରାନଙ୍କ ଶାସନ ଗାଦି

mahabharatanews

ନାମାଙ୍କନ ଦାଖଲ କଲେ ମାରଗ୍ରାଣ୍ଟ ଆଲଭା

mahabharatanews