ଓଡିଶା

ରାଜଧାନୀରେ ଆଉ ୨୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଗୋଟିଏ ଦିନରରେ ସର୍ବାଧିକ ୨୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ୨୦୭ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୪୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଆଜିର ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୭୧୭ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୮୩୪ଜଣ ସୁସ୍ଥ ହୋଇଥିବା ବେଳେ ୧୧ଜଣ ପ୍ରାଣ ହରାଇଛନ୍ତି । ସେହିପରି ୮୭୦ଟି ସକ୍ରିୟ କେସ୍ ରହିଛି । ଏଥିସହ ଆଜି ଆଉ୨୯ ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି ।
ଭୁବନେଶ୍ୱରର ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ସଂକ୍ରମିତଙ୍କ ସହ ସଂଖ୍ୟା ସର୍ବାଧିକ ରହିଛି । ଆଜି ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Related posts

କରୋନା କଲା କାଙ୍ଗାଳ: ବ୍ୟବସାୟ ବୁଡିଲା ପରେ ହାତରେ ଭିକ୍ଷାଥାଳ

mahabharatanews

ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ରୀ

mahabharatanews

ଇମାମି ପେପର ମିଲରେ ନିଆଁ ଲାଗି କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ

mahabharatanews