ଓଡିଶା

୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏକ ସତର୍କ ସୂଚନା ଜାରି କରାଯାଇଚି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ବର୍ତ୍ତମାନ ସମୁଦ୍ର ପତ୍ତନ ଠାରୁ ୧.୫ରୁ ୫.୮ କିଲୋମିଟର ଉଚ୍ଚରେ ଅବସ୍ଥିତ ରହିଛି ଏବଂ ସମୁଦ୍ର ପତ୍ତନ ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି। ଏଥିସହ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉଚ୍ଚତାରେ ଅନ୍ୟଏକ ଟ୍ରଫ୍‌ ଲାଇନ୍‌ ବିହାରରୁ ଉତ୍ତର ଉପକୂଳ ଓଡିଶା ପର୍ୟ୍ୟନ୍ତ ଗତିଶୀଳ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି।
ଏହି ଟ୍ରଫ ଲାଇନ ପ୍ରଭାବରେ ସୋମବାର ରାତି ସୁଦ୍ଧା ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ସମେତ ଓଡିଶାର ବାକି ଜିଲ୍ଲାମାନଙ୍କର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନାରହିଛି। ଏହି ସମୟ ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କଟକ, ବାଲେଶ୍ୱର, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ବା ହଳଦିଆ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଏହି ସମୟ ମଧ୍ୟରେ ଉତ୍ତର ଉପକୂଳ ଓଡିଶା, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢ଼େଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜର ଏକ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ବା ହଳଦିଆ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।

Related posts

ବିଧାୟକ ଏବଂ ମନ୍ତ୍ରୀଙ୍କ ନିୟମ ଉଲ୍ଲଂଘନକୁ ବିରୋଧ କରି ବିଜେପିର ପ୍ରତିବାଦ

mahabharatanews

ଅଟୋ ଦୁର୍ଘଟଣାଗ୍ରସ୍ତ, ୧୦ ଯାତ୍ରୀ ଆହତ

mahabharatanews

ରାୟଗଡା ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟନ

mahabharatanews