ଓଡିଶା

ମାଲକାନଗିରି ଆଦର୍ଶ ଥାନା ସିଲ୍

(ସୂର୍ୟ୍ୟକାନ୍ତ ବେହେରା,ମାଲକାନଗିରି) : ମାଲକାନାଗିରିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଜିଲ୍ଲା ପ୍ରଶାସନ । ତେବେ ମାଲକାନାଗିରି ଆଦର୍ଶ ଥାନାକୁ ସପ୍ତାହେ ପାଇଁ ସିଲ୍ କରାଯାଇଛି । ଥାନାରୁ ଜଣେ ପୋଲିସ କର୍ମୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସିଲ୍ କରାଯିବା ପରେ ଥାନାକୁ ସାନିଟାଇଜ୍ କରାଯିବ । ଏହାସହିତ ଏକ ସପ୍ତାହ ଲାଗି ଥାନାକୁ କେହି ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ପୁରୁଣା ଥାନାରେ ଅସ୍ଥାୟୀ ଭାବେ କାର୍ୟ୍ୟ ଜାରି ରହିବ ବୋଲି ସୂଚନା ମିଳିଛି ।

Related posts

୨ କିଲୋ ୱାଟ ପର୍ୟ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟର କୁ ବଦଳାଇ ଲଗାଯିବ ସ୍ମାର୍ଟ ମିଟର

mahabharatanews

ରାଜ୍ୟପାଳ କରୋନା ସଂକ୍ରମିତ

mahabharatanews

କୂଅକୁ ସଫା କରୁଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ଦୁଇ ଭାଇଙ୍କ ମୃତ୍ୟୁ

mahabharatanews