Uncategorized

ରାମ ମନ୍ଦିର ପାଇଁ ସୁନା ଇଟା ଦେବାକୁ ମୋଗଲ ବଂଶଜ ଆଶାୟୀ

ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ତାରିଖରେ ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର ଶୁଭ ଦିଆଯିବ । ତେବେ ଏହାକୁ ଅନେକ ମୁସଲମାନ ବିରୋଧ କରୁଛନ୍ତି । କିନ୍ତୁ ମୋଗଲ ସମ୍ରାଟ ବାହାଦୂର ଶାହା ଜାଫରଙ୍କ ବଂଶଜ ପ୍ରିନ୍ସ ୟାକୁବ ହବିବୁଦ୍ଦିନ ତୁସିର ରାମ ମନ୍ଦିର ନିର୍ମାଣ ପାଇଁ ସୁନା ଇଟା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ମନ୍ଦିର ନିର୍ମାଣରେ ତାଙ୍କ ପ୍ରଦତ ଇଟା ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି ।
ଏକ ସାକ୍ଷାତକାରରେ ୟାକୁବ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ହେବା ଅତ୍ୟନ୍ତ ଆନନ୍ଦର ବିଷୟ। ନିଜ ପ୍ରତିଶ୍ରୁତି ମୁତାବକ ରାମ ମନ୍ଦିର ନିର୍ମାଣ ପାଇଁ ମୋଗଲଙ୍କ ତରଫରୁ ମୁଁ ସୁନା ଇଟା ଉପହାର ସ୍ୱରୂପ ପ୍ରଦାନ କରିବାକୁ ଚାହୁଁଛି। ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମତି ପ୍ରତିକ୍ଷାରେ । ଏ ବିଷୟରେ ବ୍ୟକ୍ତିଗତ ଭାବେ ଆଲୋଚନା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛି। ତାଙ୍କ ଅନୁମତି ମିଳିଲେ ମୁଁ ସୁନା ପ୍ରଦାନ କରିବି। ସେହି ଇଟାର ମୂଲ୍ୟ ପ୍ରାୟ ୧.୮୦ କୋଟି ବୋଲି ସେ କହିଛନ୍ତି। ଯେତେବେଳେ ତାଙ୍କୁ ସେହି ଇଟାର ଫଟୋ ଦେଖାଇବାକୁ କୁହାଗଲା, ସେତେବେଳେ ସେ କହିଥିଲେ ଯେ, ସୁରକ୍ଷା ଦୃଷ୍ଟି କୋଣରୁ ସେ ସେହି ଇଟାକୁ ଲକରରେ ରଖିଛନ୍ତି। ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର ସୁଯୋଗ ପାଇବି ସେତେବେଳେ ତାହାକୁ ବାହାରକୁ ଆଣିବି ଏବଂ ସେହି ଦିନ ସୁନା ଇଟା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହସ୍ତାନ୍ତର କରିବି।

Related posts

ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିବେ ରାଜସ୍ଥାନ ସରକାର

mahabharatanews

ବ୍ରଜପାତରେ ୧୬ ବର୍ଷର ବାଳକର ମୃତ୍ୟୁ

mahabharatanews

କରୋନା ଭାଇରସ ଆଗରେ ଆମେରିକାର ଆତ୍ମସମର୍ପଣ

mahabharatanews