ଓଡିଶା

କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର/ ଶିଳାସ୍ମିତା ରାୟ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ୧୫୯ରେ ପହଞ୍ଚିଛି ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମୃତକଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ଜଣେ ଥିବା ବେଳେ ଜଣେ ପୁରୀ ଜିଲ୍ଳାରୁ ଜଣେ ଗଞ୍ଜାମ ଜିଲ୍ଲାରୁ, ଜଣେ ଫୁଲବାଣୀ ଜିଲ୍ଳାରୁ ଓ ଜଣେ ମାଲକାନଗିରି ଜିଲ୍ଳାରୁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବାଲଲେଶ୍ବର ଜିଲ୍ଳାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତଙ୍କ ବୟସ ୪୬ ହୋଇଥିବା ବେଳେ ସେ ମଧୁମେହରେ ପୀଡିତ ଥିଲେ। ସେହିପରି ପୁରୀ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ୫୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ଗଞ୍ଜା ମ ଜିଲ୍ଲାର ମୃତ ମହିଳାଙ୍କ ବୟସ ୬୦ ହୋଇଥିôବା ବେଳେ ସେ ମଧୁମେହରେ ପୀଡିତ ଥିଲେ। ସେହିପରି ଫୁଲବାଣୀ ଜିଲ୍ଲାରୁ ଜଣେ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି, ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଜଣ୍ଡିସ୍‌ ମଧ୍ୟ ହୋଇଥିଲା। ମାଲକାନଗିରିରୁ ଜଣେ ୬୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ କରୋନାରେ ହୋଇଛି।

Related posts

ଏଣିକି ଭବାନୀପାଟଣାରୁ ସିଧା ଭୁବନେଶ୍ୱର ବିମାନସେବା

mahabharatanews

କରୋନା ଆତଙ୍କ: ଜିଲ୍ଲା ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ

mahabharatanews

ଓଡ଼ିଶା ମିଲେଟ ମିସନକୁ ଗ୍ଲୋବାଲ ମଡେଲ୍‌ ପୁରସ୍କାର

mahabharatanews