ଓଡିଶା

ଏଣିକି ଭବାନୀପାଟଣାରୁ ସିଧା ଭୁବନେଶ୍ୱର ବିମାନସେବା

(କଳାହାଣ୍ଡି) : ଏଣିକି ଭବାନୀପାଟଣାରୁ ସିଧା ଭୁବନେଶ୍ୱର ।  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଉତ୍କେଲା ବିମାନବନ୍ଦରକୁ ମିଳିଲା DGCAର ଲାଇସେନ୍ସ । ଭବାନୀପାଟଣାରୁ ଭୁବନେଶ୍ବରକୁ ଖୁବଶୀଘ୍ର ଉଡିବ ବିମାନ । ଫଳରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ହେବ ସୁଦୃଢ ।

ସୂଚନାନୁଯାୟୀ , ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ ବ୍ୟବସ୍ଥା ହୋଇଥିବା ବେଳେ ଏବେ ଏହି ପର୍ଯ୍ୟାୟରେ ଯୋଡ଼ି ହୋଇଛି ଭବନୀପାଟଣା । ଅନ୍ୟପଟେ ଏହି ଘୋଷଣା ପରେ ଟ୍ବିଟ କରି କରି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାର ଉତ୍କେଲା ବିମାନବନ୍ଦର ବିମାନ ସେବା ଆରମ୍ଭ କରିବା ପାଇଁ ଡିଜିସିଏ ଲାଇସେନ୍ସ ପାଇଥିବାରୁ ମୁଁ ଖୁସି । ଖୁବଶୀଘ୍ର ଏଠାରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହେବ ।

Related posts

ତାତିରୁ ମିଳିଲା ମୁକ୍ତି; ରାଜଧାନୀରେ ପାରଦ ଖସିଲା ୧୨ଡିଗ୍ରୀ

mahabharatanews

୨୯ରୁ ଯୁକ୍ତ୨ ନାମଲେଖା

mahabharatanews

ମାଓବାଦୀଙ୍କ ବର୍ବରକାଣ୍ଡ; ଯୁବକଙ୍କୁ ଘରୁ ଡାକି ନେଇ କଲେ ହତ୍ୟା

mahabharatanews