ଅପରାଧ

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଦିଗପହଣ୍ଡି ପୋଲିସ ୫ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଶୁକ୍ରବାର ଗିରଫ କରିଛି । ବ୍ୟାଙ୍କରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସର ଅତର୍କିତ ଚଢାଉ ଫଳରେ ସେମାନଙ୍କ ଯୋଜନା ବିଫଳ ହୋଇଛି । ସୂଚନା ଅନୁଯାୟୀ, ଦିଗପହଣ୍ଡି ପୋଲିସ ଗୁରୁବାର ବିଳମ୍ବିତ ରାତିରେ ମହୁଡା ଇଲାକାରେ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ମହୁଡ଼ା ଗାଁ ଫାର୍ମାସୀ କଲେଜ ନିକଟ ଆମ୍ବତୋଟାରେ ବାରମ୍ବାର ଟର୍ଚ୍ଚ ଲାଇଟ ଜଳୁଥିବା ଦେଖିଥିଲେ। ପୋଲିସ ଟିମ୍ ଆମ୍ବତୋଟାକୁ ଚାରିପଟୁ ଘେରି ଅତର୍କିତ ଚଢାଉ କରିଥିଲେ। ଏହି ସମୟରେ ପୋଲିସ ସହ ଅଭିଯୁକ୍ତମାନଙ୍କ ଧସ୍ତାଧସ୍ତି ହୋଇଥିଲା। ସେମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ସନ୍ଦିଗ୍ଧ ଯୁବକମାନଙ୍କୁ ପୋଲିସ ଟିମ୍ କାବୁ କରିଥିଲେ। ଗିରଫ ଅପରାଧିମାନେ ସଂଘବଦ୍ଧ ହୋଇ ମହୁଡ଼ା ଗ୍ରାମ ସ୍ଥିତ ସେବା ସମବାୟ ବ୍ୟାଙ୍କରେ ଡକାୟତି ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ପୋଲିସ ନିକଟରେ ବୟାନ ଦେଇଛନ୍ତି। ଚଢାଉ ବେଳେ ସେମାନଙ୍କ ନିକଟରୁ ୨ ଟି ବୋମା,୨ ଟି ଖଣ୍ଡା, ,ଖାଲି ବିଦେଶୀ ମଦ ବୋତଲ, ଟର୍ଚ୍ଚ ଲାଇଟ ଜବତ କରାଯାଇଛି। ଅଭିଯୁକ୍ତ ମାନଙ୍କ ନାଁରେ ପୂର୍ବରୁ ବ୍ରହ୍ମପୁର ସହରର ବିଭିନ୍ନ ଥାନା ସମେତ ଦିଗପହଣ୍ଡି ଓ ଗୋଳନ୍ଥରା ଥାନାରେ ଏକାଧିକ ହତ୍ୟା ଉଦ୍ୟମ, ଡକାୟତି, ଦାଦା ବଟି ଆଦାୟ, ରାହାଜାନୀ ପ୍ରଭୃତି ମାମଲା ରହିଥିବା ଜଣାପଡିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Related posts

ରାଜଧାନୀରେ ନକଲି କାରଖାନା ଠାବ

mahabharatanews

ମହିଳା ଏସ୍‌ଆଇ ହୋଇପାରନ୍ତି ଗିରଫ!

mahabharatanews

ଲୋନ୍ ଆଳରେ ୧ଲକ୍ଷ ଚଳୁ କଲା ସାଇବର ଠକ

mahabharatanews