ଓଡିଶା

ମୃତ୍ୟୁସଂଖ୍ୟା ୨୦୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ଆଉ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ କରୋନାରେ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ଗଜପତିରେ ୨, ଖୋର୍ଦ୍ଧା ଓ କଳାହାଣ୍ଡିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଆଜିର ମୃତ୍ୟୁକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୦୬ ଓ ଖୋର୍ଦ୍ଧାରେ ୨୯, ଗଜପତିରେ ୧୩, ରାୟଗଡ଼ାରେ ୧୦ ଓ କଳାହାଣ୍ଡିରେ ୨ରେ ପହଞ୍ଚିଛି ମୃତ୍ୟୁସଂଖ୍ୟ।। ।
ଗଞ୍ଜାମ ଜିଲ୍ଲାର ତିନି ଜଣ ମୃତକଙ୍କ ମଧ୍ୟରେ ଦୁଇ ପୁରୁଷଙ୍କର କ୍ରମାଗତଭାବେ ୪୮ ଓ ୫୪ ବର୍ଷ ଏବଂ ଜଣେ ମହିଳାଙ୍କ ବୟସ ୫୪ ବର୍ଷ ହୋଇଥିବା ବେଳେ
ରାୟଗଡ଼ା ଜିଲ୍ଲାର ୩ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ବୟସ ଯଥାକ୍ରମେ ୬୧, ୬୪ ଓ ୭୦ ବର୍ଷ। ଖୋର୍ଦ୍ଧା ଜିଲ୍ଲାର ମୃତକ ପୁରୁଷଙ୍କ ବୟସ ହେଲା ୬୩ ବର୍ଷ। କଳାହାଣ୍ଡି ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷଙ୍କର କରୋନାରେ ମୃତ୍ୟୁ ଘଟିଛି , ଯିଏ କି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଗଜପତି ଜିଲ୍ଲାର ଯେଉଁ ଦୁଇ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ବୟସ ଯଥାକ୍ରମେ ୩୪ ଓ ୪୮ ବର୍ଷ।

ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୦୯୫ ରହିଛି।

Related posts

ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନେଇ ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ

mahabharatanews

ତଦନ୍ତ ପାଇଁ ଯାଇଥିବା ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକ

mahabharatanews

ବହଳଦା ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews