ଓଡିଶା

ବଜ୍ରପାତରେ ଜଳିଗଲା ଘର

(କୁଜଙ୍ଗ) :  ବିଳମ୍ବିତ ରାତିରେ ଜଳିଗଲା ଘର । ବଜ୍ରପାତରେ  ଘର ଜଳିଯିବା ସହ ୨ ଜଣ ଗୁରୁତରକ ଆହତ ହୋଇଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ରହିଛି । ଏପରି ଘଟଣା କୁଜଙ୍ଗ ବରିହାଡିହା ଗାଁରେ ଘଟିଛି ।

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ କାଳବୈଶାଖୀରେ ପାରାଦୀପ କୁଜଙ୍ଗ ବରିହାଡିହା ଗାଁର ଦୁଇ ଜଣଙ୍କ ଘରେ ବଜ୍ରପାତ ଯୋଗୁ ନିଆଁ ଲାଗିଯାଇଥିବା ନେଇ ସୂଚନା ମିଳିଛି   ତେବେ ୨ ଜଣ ବ୍ୟକ୍ତିଙ୍କ ଘର ଉପରେ ବଜ୍ରପାତ ପଡିଛି ପ୍ରାୟ ୪ ରୁ ୫ ବଖରା ଜଳିଯିବା ସହିତ ଅନେତ ନିତ୍ୟ ବ୍ୟବହାର୍ଯ୍ୟ ଆସବାପତ୍ର ମଧ୍ୟ ଜଳି ଯାଇଥିବା ଜଣା ପଡିଛି ।ତେବେ ବଜ୍ରପାତ ପଡିବା ସହ ଘରରେ ଥିବା ଗ୍ୟାସ୍ ସିଲିଣ୍ତର ମଧ୍ୟ ବିସ୍ଫୋରଣ ଘଟିବା ସହ ପରେ ନିଆଁ ଯାଇଛି ।

Related posts

ପୁରୀରେ ଦୂର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews

ବସ୍ତା ଥାନା ପତ୍ରଝଡ଼ା ପଞ୍ଚାୟତ କରଞ୍ଜିଆ ଗ୍ରାମରେ ଅଘଟଣ

mahabharatanews

ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews