ଓଡିଶା

ବୁଣାକାରମାନଙ୍କୁ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଯୁବ କଂଗ୍ରେସର ଦାବିପତ୍ର

(ଓମପ୍ରକାଶ ମିଶ୍ର/ସୋନପୁର):କରୋନା ମହାମାରୀ ଛଡେଇ ନେଇଛି ଅନେକଙ୍କ ଜୀବିକା। ବିଶେଷ କରି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ସଂପ୍ରଦାୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଦିନରାତି ଏକ କରି ଶାଢ଼ୀ ବୁଣୁଥିଲେ ବି ତାର ଉଚିତ ପ୍ରାପ୍ୟ ସେମାନଙ୍କୁ ମିଳିପାରୁ ନାହିଁ। ଗୋଟିଏ ଶାଢ଼ୀ ବୁଣିଲେ ମାତ୍ର ୨୦୦ ଟଙ୍କା ପାରିଶ୍ରମିକ ମିଳୁଛି। କରୋନା ପାଇଁ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ସେମାନେ କ୍ଷତି ସହି ଆସୁଛନ୍ତି । ବର୍ତ୍ତମାନ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ଏଣୁ ସେମାନଙ୍କ ପାଇଁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ସହାୟତା ଦାବି କରାଯାଇଛି । ଜିଲ୍ଲାର ବୁଣାକାରମାନଙ୍କ ସମସ୍ୟାକୁ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ନେତୄତ୍ୱରେ କଂଗ୍ରେସ କର୍ମୀମାନେ ସୋନପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେଇଛନ୍ତି । ଏଥିରେ ଜିଲ୍ଲାର ବୁଣାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

Related posts

ଢେଙ୍କାନାଳ ୧୨ ଘଣ୍ଟିଆ ବନ୍ଦ ଡାକରା

mahabharatanews

୨୫ ଯାଏ ସମୁଦ୍ରକୁ ମନା

mahabharatanews

ମହିଳାଙ୍କ ତଣ୍ଟି ଚିପି ହତ୍ୟାକଲା ସାବତ ପୁଅ

mahabharatanews