ଓଡିଶା

ଲୋକସେବା ଭବନରେ ଜଣେ ସଂକ୍ରମିତଙ୍କ ଦ୍ୱାରା ୧୦ଆକ୍ରାନ୍ତ

ଭୁବନେଶ୍ଵର: ଲୋକସେବା ଭବନରେ କରୋନାର ପାଦ ପଡିବା ପରେ କର୍ମଚାରୀମାନେ ଭୟଭୀତ । ସ୍ୱାସ୍ଥ୍ୟ ବିଭାଗରୁ ଏକାଧିକ ସଂକ୍ରମିତ ବାହାରିବା ସହିତ ଅନ୍ୟ ବିଭାଗଗୁଡିକରୁ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥର ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗକୁ ସୋମବାର ପର୍ୟ୍ୟନ୍ତ ସିଲ୍‌ କରାଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଓ ଉପ ସଚିବ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପଜିଟିଭ୍‌ ଚିହ୍ନଟ କର୍ମଚାରୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ବିଭାଗକୁ ସାନିଟାଇଜ୍‌ କରାଯିବା ପରେ ସିଲ ଖୋଲିବ ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଏହି ୧୦ଜଣ ଯାକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଗତ କିଛି ଦନ ତଳେ ଲୋକସେବା ଭବନ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଏଠାରେ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବାରୁ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ସ୍ଥିତି ଏମିତି ହୋଇଛି କି, କର୍ମଚାରୀ ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରି ଦେଇଛନ୍ତି । ତେଣୁ ଲୋକସେବା ଭବନରେ କରୋନା କଟକଣାକୁ କଡାକଡି କରିବାକୁ କର୍ମଚାରୀ ଦାବି କରୁଛନ୍ତି ।

Related posts

ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୁପା ଛାଉଣୀ କାମ

mahabharatanews

କ୍ରୀଡା ବିକାଶ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

mahabharatanews

ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

mahabharatanews