ଓଡିଶା

ରାଜ୍ୟରେ ୧୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର/ ଶିଳାସ୍ମିତା: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଲଗାମହୀନ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ୧୫୨୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୪୮ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୮୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଶୁକ୍ରବାର ଚିହ୍ନଟ ୧୫୨୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭୫୫୦ରେ ପହଞ୍ଚିଛି ।
ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳରୁ ୮, ବାଲେଶ୍ୱରରୁ ୪୩, ବରଗଡରୁ ୧୦, ଭଦ୍ରକରୁ ୭୦, ବଲାଙ୍ଗୀରରୁ ୫୯, ବୌଦ୍ଧରୁ ୭, କଟକରୁ ୭୨, ଢେଙ୍କାନାଳରୁ ୧୦୭, ଗଜପତିରୁ ୩୧, ଗଞ୍ଜାମରୁ୨୩୩, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୩, ଝାରସୁଗୁଡାରୁ୯, କଳାହାଣ୍ଡିରୁ ୩୧, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୧୭, କେଉଁଝରରୁ ୫, ଖୋର୍ଦ୍ଧାରୁ ୨୧୮, କୋରାପୁଟରୁ ୬୭, ମାଲକାନଗିରିରୁ ୩୮, ମୟୁରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୩, ନୟାଗଡରୁ ୩୨, ନୂଆପଡାରୁ ୨, ପୁରୀରୁ ୨୬, ରାୟଗଡାରୁ ୨୭, ସମ୍ବଲପୁରରୁ ୧୬୬, ସୋନପୁରରୁ ୫ ଓ ସୁନ୍ଦରଗଡରୁ ୧୨୬ ଜଣ ରହିଛନ୍ତି ।

Related posts

ଏନଆଇଏନଏଲକୁ ଅଧିଗ୍ରହଣ କଲା ଟାଟା

mahabharatanews

ବଢୁଛି ତାତି : ୧୫ରୁ ବର୍ଷା ସମ୍ଭାବନା

mahabharatanews

ଉଦଳା ବିଧାୟକଙ୍କ ବିଭିନ୍ନ କ୍ୱାରେନଟାଇନ ସେଣ୍ଟର ଗସ୍ତ

mahabharatanews