ଓଡିଶା

ଡ୍ୟାମରେ ଡଙ୍ଗା ବୁଡି ଜଣେ ନିଖୋଜ

(ମହାଭାରତ, ଦେବଗଡ): ଦେବଗଡ ଜିଲ୍ଲା ଗୋହିରା ଡ୍ୟାମରେ ଏକ ଡଙ୍ଗା ବୁଡି ଜଣେ ନିଖୋଜ ଥିବା ଜଣାପଡିଛି । ଶୁକ୍ରବାର ରାତିରେ ଏହି ଡ୍ୟାମ ଦେଇ ୬ ଜଣ ଠେଲକୋଗୁଡା ଗାଁକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ଏଥିରେ ଯାଉଥିବା ୬ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଭୋରରୁ ଦେବଗଡ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି । ଉଲ୍ଲେଖଯୋଗ୍ୟ, ଡଙ୍ଗାରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ପହଁରି କୂଳକୁ ଆସି ଜୀବନ ବଞ୍ଚାଇଥିବା ବେଳେ ଅନ୍ୟ ୨ଜଣ ପାଣି ଭିତରେ ଥିବା ଗୋଟିଏ ଗଛରେ ଆଶ୍ରୟ ନେଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

Related posts

ଦୁର୍ବୁତଙ୍କ ଗୁଣ୍ଡାରାଜ ପ୍ରତିବାଦରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

mahabharatanews

ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ

mahabharatanews

ଆସନ୍ତାକାଲି ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

mahabharatanews