Uncategorized

ଉତ୍ତରପ୍ରଦେଶରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ବାଗପତ: ଉତ୍ତରପ୍ରଦେଶରେ ଜଣେ ବିଜେପିର ପୂର୍ବତନ ଜିଲା ସଭାପତି ସଞ୍ଜୟ ଗୋଖରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତତାୟୀ। ମଙ୍ଗଳବାର ଭୋର ସମୟରେ ସଞ୍ଜୟ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ବାଗପତ ଜିଲା ତିଲୱାଡ଼ା ମାର୍ଗରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଛପରୌଲି ନିବାସୀ ସଞ୍ଜୟ ମଙ୍ଗଳବାର ସକାଳେ ମର୍ଣ୍ଣିଂ ୱାକରେ ଯାଉଥିବାବେଳେ ଘରଠାରୁ ଦେଢ଼ କିଲୋମିଟର ଦୂର ଏକ କ୍ଷେତ ପାଖରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ଗୋଖରଙ୍କୁ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ । ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସଞ୍ଜୟ ଆରଏସଏସର ପୂର୍ବତନ କାର୍ୟ୍ୟକର୍ତ୍ତା ମଧ୍ୟ ଥିଲେ। ସେହିପରି କକୋର କଲା ଗାଁର ଜୁନିୟର ହାଇସ୍କୁରେ ସେ ଶିକ୍ଷକତା ମଧ୍ୟ କରୁଥିଲେ।

Related posts

୨୪ ଘଣ୍ଟାରେ  ଦେଶରେ  ୯,୯୮୩ କରୋନା ଚିହ୍ନଟ

mahabharatanews

ଭାରତରେ ଆଉ ୨୨ହଜାର ୭୭୧ ନୂଆ କରୋନା ଚିହ୍ନଟ

mahabharatanews

ଧଳା ଜୋତାକୁ ସଫା କରିବାର କିଛି ସହଜ ଉପାୟ

mahabharatanews