Uncategorized

ଦେଶରେ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ନୁଆ କରୋନା ଆକ୍ରାନ୍ତ

(ନୂଆଦିଲ୍ଲୀ): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୨୩ ଲକ୍ଷ ପାର କରିଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୪୬ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୯୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୮ରେ ପହଞ୍ଚିଛି। ଅନ୍ୟପଟେ ଦିନକରେ ୮୩୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାସହ ଦେଶରେ ଏବେ ମୃତ୍ୟୁ ସଂଖ୍ୟା ୪୬ ହଜାର ୯୧ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏବେ ୬ ଲକ୍ଷ ୪୩ ହଜାର ୯୪୮ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ୧୬ ଲକ୍ଷ ୩୯ ହଜାର ୫୯୯ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

Related posts

ବ୍ରିଜ ତଳକୁ ଖସି ବୃଦ୍ଧଙ୍କ ମୃତ୍ୟୁ

mahabharatanews

ବଗିକୁ ଛାଡି ଚାଲିଗଲା ଇଞ୍ଜିନ, ମଝି ରାସ୍ତାରେ ଭୋକରେ ଶ୍ରମିକ

mahabharatanews

ଷ୍ଟେସନରେ ଠିଆ ହୋଇଥିବା ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ

mahabharatanews