ଭୁବନେଶ୍ୱର: ଆଜି ୭୪ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରୁ ପତାକା ଉତ୍ତୋଳନ କରିଛନ୍ତି । ପୂର୍ବାହ୍ନ ୯ଟାରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ । କରୋନା ମହାମାରୀର ଆତଙ୍କ ମଧ୍ୟରେ ଆଜିର ସ୍ୱାଧୀନତା ଦିବସରେ ନିିରାଡମ୍ବର ଭାବେ ପାଳିତ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ମହାମାରୀରେ ଅର୍ଥ ଅଭାବରୁ ରାଜ୍ୟରେ କୌଣସି ଜୀବନ ଯିବ ନାହିଁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତୀର ପିତା ମହାତ୍ମା ଗାନ୍ଧୀ, ସୁବାସ ଚନ୍ଦ୍ର ବୋଷ, ଜବାହରଲାଲ ନେହରୁ ପ୍ରମୁଖ ମହାପୁରୁଷଙ୍କୁ ମନେ ପକାଇଥିଲେ । ଏଥିସହ ଦେଶର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସହିଦମାନଙ୍କ ବଳୀଦାନକୁ ମନେପକାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ କରୋନା ବିରୋଧରେ ଚାଲିଥିବା ଳଢେଇରେ ପ୍ରାଣ ଦେଇଥିବା କରୋନା ଯୋଦ୍ଧାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଥିଲେ, ଗତ ୫ ମାସରେ ରାଜ୍ୟ, ଦେଶ ତଥା ବିଶ୍ୱ ଏକ ସଂକଟ ଦେଇ ଗତି କରୁଛି । ଲୋକେ କର୍ମସଂସ୍ଥାନ ହରାଇଛନ୍ତି । ତେବେ ରାଜ୍ୟ ସରକାର ଲୋକଙ୍କ ସହ ରହିଛି । ପୁଣି ସମୟ ବଦଳିବ । ସରକାର ଲୋକଙ୍କ ସହିତ ଅଛନ୍ତି । ରାଜ୍ୟ ସରକାର ପ୍ରତ୍ୟେକ ଦିଗ ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖିଛି । ରାଜ୍ୟରେ କୌଣସି ଲୋକ ଅର୍ଥ ଅଭାବରୁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିିଁ ଏହା ଦୃଢ ପ୍ରତିଶ୍ରୁତିକୁ ପୁଣି ଥରେ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଏହି ମିଶରେ ଆମେ କାର୍ଯ୍ୟ କରୁଛୁ । ରାଜ୍ୟରେ କରୋନା ଚିକିତ୍ସା ପାଇଁ ୫ଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯାଇ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି ପୁଞ୍ଜି ନିବେଶରେ ଓଡିଶା ମହାରାଷ୍ଟ୍ରକୁ ପଛରେ ପକାଇ ଦେଇଛି । ଓଡିଶା ପ୍ରଗତି ପଥରେ ଆଗେଇ ଚାଲିଛି ।
previous post
