ଅପରାଧ

ଦେଢଶୂରର ଶାବଳ ମାଡରେ ମହିଳାଙ୍କ ମୃତ୍ୟୁ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରଡାପଦର ଗାଁ ଶିବ ମନ୍ଦିର ହତା ମଧ୍ୟରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ମହିଳା ଜଣକ ସେହି ଗାଁ ହରିଜନ ସାହିର ୪୨ ବର୍ଷିୟା ରଞ୍ଜିତା ନାୟକ । ଆଜି ସକାଳୁ ମହିଳା ଜଣକ ମନ୍ଦିରକୁ ଯାଇଥିଲେ । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ତାଙ୍କ ଦେଢଶୁର ମହିଳାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଫଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀ ଜଣକ ଫେରାର ହୋଇଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଶ୍ୱଶୁର ଜ୍ୱାଇଁ ପରସ୍ପରକୁ ଛୁରାମାଡ

mahabharatanews

ଟ୍ରକ ଚକା ତଳେ ଚାପି ହୋଇଗଲେ ମହିଳା

mahabharatanews

ଆତ୍ମହତ୍ୟା ଉଦ୍ୟମ ବେଳେ ଛିଡିଗଲା ଓଢଣୀ, ଯୁବକ ମୃତ

mahabharatanews