Uncategorized

ରାଜ୍ୟରେ ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ଜାରି ରହିଛି । ଗତ କିଛି ସପ୍ତାହ ହେବ ପ୍ରତ୍ୟହ ଅନ୍ୟୁନ ୧୦ ଜଣ ଲେଖାଏଁ ମୃତ୍ୟୁ ବରଣ କରୁଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।
ମୃତକଙ୍କ ମଧ୍ୟରୁ ବରଗଡ ଜିଲ୍ଲାରୁ ଜଣେ ହାଇବେଟିସ, ହାଇପରଟେନସନ, ଜଟିଳ କିଡନୀ ରୋଗରେ ପୀଡିତ ୪୨ ବର୍ଷୀୟ ପୁରୁଷ ଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରୁ ଜଣେ ହାଇପରଟେନସନ ଓ ଡାଇବେଟିସରେ ପୀଡିତ ୬୮ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରରୁ ଡାଇବେଟିସରେ ପୀଡିତ ଅନ୍ୟ ଜଣେ ୬୫ ବର୍ଷୀର୍ୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଅନ୍ୟ ପକ୍ଷରେ କଟକରୁ ଜଣେ ୬୦ ବର୍ଷୀର୍ୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି, ସେ ଅନ୍ୟାନ୍ୟ ଏକାଧିକ ରୋଗରେ ପୀଡିତ ଥିଲେ । ଖୋର୍ଦ୍ଧାରୁ ଜଣେ ହାଇପରଟେନସନ ଓ ଡାଇବେଟିସ ରୋଗୀଙ୍କ ୭୦ ବର୍ଷରେ ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାରୁ ଜଣେ ୭୦ ବର୍ଷୀୟ ବୃଦ୍ଧ, ପୁରୀରୁ ଜଣେ ଡାଇବେଟିସ, ହାଇପରଟେନସନ, ସେରେବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟରେ ପୀଡିତ ୬୦ ବର୍ଷୀୟା ମହିଳା, ରାୟଗଡାରୁ ଜରେ ୩୯ ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ ଜଣେ ୫୨ ବର୍ଷୀୟ ବ୍ୟକ୍ତି, ଯିଏ ଡାଇବେଟିସ, ହାଇପରଟେନସନ, କିଡନୀ ରୋଗରେ ପୀଡିତ ଥିଲେ ସେମାନଙ୍କର କରୋନାରେ ମୃତ୍ୟୁ ହୋଇଛି ।

Related posts

କାଶ୍ମୀର ସାମାଜିକ କର୍ମୀ, ଲୋକଙ୍କ ସହ ୧୬ ଜଣିଆ ପ୍ରତିନିଧି ମଣ୍ଡଳିର ଆଲୋଚନା

mahabharatanews

ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଭରିଲେ ଉପମୁଖ୍ୟମନ୍ତ୍ରୀ ସିସୋଦିଆ

mahabharatanews

ଅପ୍ରେଲ ୧ରୁ ଆରମ୍ଭ ହେବ ଜାତୀୟ ଜନସଂଖ୍ୟା ପଞ୍ଜିକରଣ

mahabharatanews