ଓଡିଶା

ନଡିଆ ଗଛରୁ ପଡି ଯୁବକଙ୍କ ମୃତ୍ୟୁ

(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ନଡିଆ ତୋଳିବା ସମୟରେ ଗୋଡ ଖସିଯିବାରୁ ତଳେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ମନ୍ଦାରୀ ଗାଁରେ । ମନ୍ଦାରୀ ଗାଁର ବୁଧିଆ ମହାଳିକ ପାଖ ପଡୋଶୀମାନଙ୍କ ଘର ବୁଲି ଗଛରୁ ନଡିଆ ତୋଳିଥାନ୍ତି । କିଏ କିଛି ଟଙ୍କା ଦିଅନ୍ତି ତ କିଏ ପାରିଶ୍ରମିକ ବାବଦରେ ନଡିଆ ଦେଇଥାନ୍ତି । ଆଜି ସକାଳେ ବୁଧିଆ ଡକରା ପାଇ ଗାଁର ଗୋଲକ ମହାପାତ୍ରଙ୍କ ଗଛରୁ ନଡିଆ ତୋଳିବା ପାଇଁ ଯାଇଥିଲେ । ଗଛରେ ଚଢି ନଡିଆ ତୋଳିବା ବେଳେ ଅଚାନକ ଗୋଡ ଖସିଯିବାରୁ ତଳେ ପଡି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ଜରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related posts

୧୧ରେ ତୃତୀୟ ଛେନାପୋଡ଼ ଦିବସ

mahabharatanews

ୟୂୁଟ୍ୟୁବରେ ଅଶ୍ଲୀଳ ପୋଷ୍ଟ ପଡିଲା ମହଙ୍ଗା

mahabharatanews

ଅବସରପ୍ରାପ୍ତ ପୋଲିସ ଅଫିସରସ୍ କଲ୍ୟାଣ ଆସୋସିଏସନ ତରଫରୁ ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

mahabharatanews