ଓଡିଶା

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗକୁ ନେଇ ସିଂହଦ୍ୱାର ଥାନାରେ ଏତଲା

(ଜୟନ୍ତ କୁମାର ସେଠୀ/ପୁରୀ): ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗକୁ ନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି। ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଛି। ବେଆଇନ ଭାବେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ମହାପ୍ରଭୁଙ୍କ ମହାପ୍ରସାଦ ଅନ ଲାଇନରେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ଏତଲାରେ ଦର୍ଶାଯାଇଛି। ତେବେ ଏ ସଂକ୍ରାନ୍ତରେ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀ ଓ ପୁରୀ ପୋଲିସକୁ ଟୁଇଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ଜ୍ୟୋତି ଦାସ ନାମକ ଜଣେ ବ୍ୟକ୍ତି ନିଜର ଫେସ ବୁକରେ ଅନ ଲାଇନ ୱେବସାଇଟ ‘ସୋ କ୍ୱିକ’ ଜରିଆରେ ଭକ୍ତମାନଙ୍କ ନିମନ୍ତେ ମହାପ୍ରସାଦ ଅର୍ଡର କରିବାକୁ ବିଜ୍ଞାପନ ଦେଇଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତି ଓ କୌଣସି ଫୁଡ଼ ଲାଇସେନ୍ସ ନ ଥାଇ ଏଭଳି କାର୍ୟ୍ୟ କରିବା ବେଆଇନ ବୋଲି ଏତଲାରେ ଦର୍ଶାଯାଇଛି। ସେହିପରି କରୋନା ମହାମାରୀ ସମୟରେ ମହାପ୍ରସାଦ ପାର୍ସଲ କରି ଯୋଗାଇବାରେ ମଧ୍ୟ ଭକ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ସେହିପରି ମହାପ୍ରସାଦକୁ ଲୋକ ମାନେ ପାରମ୍ପରିକ ଭାବେ ଶ୍ରୀମନ୍ଦିରରୁ ନେଉଥିବା ବେଳେ ଅନଲାଇନ ମାଧ୍ୟମରେ ଏହାର ବ୍ୟବସାୟ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ଏଣୁ ତୁରନ୍ତ ସିଂହ ଦ୍ୱାର ପୋଲିସ ଏହି ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ଏତଲାକାରୀ ଅନୁରୋଧ କରିଛନ୍ତି। ଅନ୍ୟପଟେ ସିଂହଦ୍ୱାର ଥାନା ପକ୍ଷରୁ ମାମଲା ରୁଜୁ କରାଯିବା ସହ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ ହୋଇଛି ।

Related posts

ପୁରୀରେ ପହଞ୍ଚିଲା ରଥ ଦଉଡି଼

mahabharatanews

ବନ୍ଧା ହେଲେ ରତନପୁର ପଞ୍ଚାୟତର ଏଗଜିକ୍ୟୁଟିଭ ଅଫିସର

mahabharatanews

ବାଇକରୁ ପଡି ଯୁବକଙ୍କର ମୃତ୍ୟୁ

mahabharatanews