ଓଡିଶା

ପୁରୀରୁ ଆଉ ୮୬ କରୋନା ପଜିଟିଭ ଚିହ୍ନଟ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଆଉ ୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖା ୨୬୭୭ରେ ପହଁଞ୍ଚିଛି। ସେଥିରୁ ମୋଟ ୧୬୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଜିଲ୍ଲାରେ ଆଜି ସୁଦ୍ଧା କରୋନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ଏବେ ସମୁଦାୟ ୧୦୨୮ଟି ଆକ୍ଟିଭ କେସ ରହିଛି। ଆଜି ପର୍ୟ୍ୟନ୍ତ ଜିଲ୍ଲାରେ ସର୍ବମୋଟ ୫୧ ହଜାର ୭୦୪ଟି ନମୂନା ସଂଗ୍ରହ କରାଯାଇଛି । ଅନ୍ୟପଟେ ପୁରୀ ପୌରାଞ୍ଚଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖା ୯୩୯ରେ ପହଁଚିଛି । ସେଥିରୁ ୪୧୭ଟି ଆକ୍ଟିଭ କେସ ରହିଛି । ୫୨୧ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀର ଆଇଡିଏଚ ହସ୍ପିଟାଲରେ ୧୦୦ ବେଡ଼ ବିଶିଷ୍ଟ ଆଇସିୟୁ କମ୍ପ୍ଲେକ୍ସକୁ କାର୍ୟ୍ୟକ୍ଷମ କରାଯାଇଛି। ଏହି ଆଇସିୟୁରେ ଅତ୍ୟାଧୁନିକ ମେସିନ ରହିଛି । ଗୁରୁତର ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ପ୍ରଶାସନର ଆଶା ରହିଛି।

Related posts

OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି

mahabharatanews

ପ୍ରବାସୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

mahabharatanews

କରୋନା ମୁକାବିଲା ପାଇଁ ଅଧିକ ସତର୍କ ରହିବାକୁ ପୁରୀ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews