ଓଡିଶା

ଫି ହ୍ରାସ ପାଇଁ କଙ୍କୋରଡା କଲେଜ ଛାତ୍ରଛାତ୍ରୀଙ୍କ ଦାବି

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର +୩ ଛାତ୍ରଛାତ୍ରୀମାନେ ଆଡମିଶନ ଫି ହ୍ରାସ କରିବା ପାଇଁ ଦାବି କରିଛନ୍ତି । କରୋନା ମହାମାରୀ ଯୋଗୁ କଲେଜ ମାର୍ଚ୍ଚ ମାସରୁ ବନ୍ଦ ରହିଛି । ତେବେ ବର୍ତ୍ତମାନ ଛାତ୍ରଛାତ୍ରୀ ଆଡମିଶନ କରିବା ପାଇଁ କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । କରୋନା ଭଳି ବିପତ୍ତି ସମୟରେ କଲେଜ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଆଡମିଶନ ଫିକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡିଛନ୍ତି । ଏନେଇ ମଙ୍ଗଳବାର କଙ୍କରୋଡା ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆଡମିଶନ ଫି ହ୍ରାସ କରିବା ପାଇଁ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ । କରୋନା ଯୋଗୁ ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଆଡମିଶନ ଫି ହ୍ରାସ କରିବା ପାଇଁ ଦାବି କରିଥିଲେ । ଏଥିରେ କଲେଜର ସମସ୍ତ ବିଭାଗର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

Related posts

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ

mahabharatanews

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ୧୮ରେ ଯାଞ୍ଚ

mahabharatanews

କାର ଧକ୍କାରେ ବାଇକ ଆରୋହି ଆହାତ

mahabharatanews