ଓଡିଶା

ଦୌଡରାଣୀ ଦୂତିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦୂତିଙ୍କ ସମେତ ବିଭିନ୍ନ କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କରାଯାଇଛି। କୋଭିଡ୍-୧୯ ପାଇଁ ଚଳିତ ବର୍ଷ ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ପୁରସ୍କାର ବିତରଣ କରିଛନ୍ତି । ବିଜେତାମାନେ ନିଜ ନିଜ ସ୍ଥାନରୁ ଲଗ ଇନ୍ କରି ଏହି ଉତ୍ସବରେ ଭାଗ ନେଇଥିଲେ।
ଏହି ସମ୍ମାନଜନକ ପୁରସ୍କାରରେ ଦୂତି ଚାନ୍ଦଙ୍କ ସହ ଅତନୁ ଦାସ (ତୀରନ୍ଦାଜ), ଇଶାନ୍ତ ଶର୍ମା (କ୍ରିକେଟ), ଦିପ୍ତି ଶର୍ମା (କ୍ରିକେଟ), ସାଓ୍ଵନ୍ତ ଅଜୟ ଅନନ୍ତ ( ଅଶ୍ୱାରୋହଣ), ସୁବେଦାର ମାନିସ କୌଶିକ (ବକ୍ସିଂ), ସତୀଶ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଚନ୍ଦ୍ରଶେଖର ରେଡ୍ଡୀ (ବ୍ୟାଡମିଣ୍ଟନ), ବିଶେଷ ଭୃଗୁବଂଶୀ (ବାସ୍କେଟବଲ), ଲୋଭିନା ବରଗୋହେନ( ବକ୍ସିଂ), ସଂଦେଶ ଝିଙ୍ଗନ(ଫୁଟବଲ), ଅଦିତି ଅଶୋକ ( ଗଲ୍ଫ), ମଧୁରିକା ସୁହାସ ପାଟକର (ଟେବୁଲ ଟେନିସ), ଅକାଶଦୀପ ସିଂ ଓ ଦୀପିକା (ହକି), ଦୀପକ (କବାଡି), କାଲେ ସୁଧାକର ( ଖୋ ଖୋ), ଦତ୍ତୁ ବାବନ ଭୋକାନାଲ( ନୌଚାଳନା), ମାନୁ ଭାସ୍କର ଓ ସୌରଭ ଚୌଧୁରୀ ( ବନ୍ଧୁକ ଚାଳନା), ଦିଭିଜ ସରନ (ଟେନିସ), ସିୟା କେଶବନ୍ (ଶୀତକାଳୀନ କ୍ରୀଡା), ଦିବ୍ୟା କକରନ ଓ ରାହୁଲ ଆବାରେ (କୁସ୍ତି), ସୁୟାଂଶ ନାରାୟଣ ଯାଦବ (ପାରା ସନ୍ତରଣ), ସନ୍ଦିପ (ପାରା ଅଥଲେଟିକ୍ସ) ଏବଂ ମନୀଷ ନରଓ୍ଵାଲ ( ପାରା ସୁଟିଂ)ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।
ଅର୍ଜୁନ ପୁରସ୍କାର ସହ କ୍ରୀଡ଼ାବିତମାନଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ, ଦ୍ରୋଣାଚାର୍ୟ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ଦିଆଯାଇଛି। ଏଥର ୫ ଜଣ କ୍ରୀଡ଼ାବିତଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଦିଆଯାଇଛି । ସେମାନେ ହେଲେ କ୍ରିକେଟ ଖେଳାଳି ରୋହିତ ଶର୍ମା, ପାରା ଅଥଲେଟ ମାରିୟପ୍ପାନ ଟି., ଟେବୁଲ ଟେନିସ ଖେଳାଳି ମଣିକା ବାତ୍ରା, ରେସଲର ବିନେଶ ଫୋଗଟ, ହକି ଖେଳାଳି ରାନି।

Related posts

ଉଦଳା ସେଣ୍ଟେମେରୀ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

mahabharatanews

ଆସନ୍ତାକାଲି ୧୩ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ଖରିଫ୍ ୨୦୨୬ ପାଇଁ ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ବଡ଼ ଆର୍ଥିକ ସହାୟତା

mahabharatanews