ଓଡିଶା

ପୁରୀ ବନ୍ୟା ସ୍ଥିତି ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବୈଠକ

(ଜୟନ୍ତ କୁମାର ସେଠୀ/ପୁରୀ):ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପୁରୀ ସର୍କିଟ ହାଉସ ଠାରେ ପ୍ରଶାସନିକ ଅଧିକାରୀ, ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଥିବା ଦୟା, ଭାର୍ଗବୀ, ରତ୍ନଚିରା, ଲୁଣା ଏବଂ ମକରା ନଦୀର ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ନଦୀବନ୍ଧ ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀରୁ ଉପରୋକ୍ତ ନଦୀଗୁଡିକୁ ୩ରୁ ୪ ଲକ୍ଷ କ୍ୟୁସେକ ଜଳ ଚିଲିକା ଦେଇ ସମୁଦ୍ରକୁ ଯିବ । ଏଣୁ ଏହି ନଦୀଗୁଡିକର ପାଶ୍ୱବର୍ତ୍ତୀ ଅଞ୍ଚଳଗୁଡିକରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି ବୋଲି ଯୋଜନା ବୋର୍ଡ ଉପାଧ୍ୟକ୍ଷ କହିଛନ୍ତି । ବନ୍ୟା ବିପନ୍ନମାନଙ୍କୁ ସ୍ୱାସ୍ଥ୍ୟସେବା ଓ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ । ସମସ୍ତ ବିପଦ ସଙ୍କୁଳ ସ୍ଥାନମାନଙ୍କରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ ରହିଛନ୍ତି । ଏଥିସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ୱ ଅଧିକାରୀ ମାନଙ୍କୁ ବନ୍ୟା ପରେ ତୁରନ୍ତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ସେ କହିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ ) ସୁବାସ ନାଥଶର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଜଳ ସମ୍ପଦ (ସେଣ୍ଟ୍ରାଲ ସର୍କଲ) ସୁପେରିଟେଣ୍ଡିଙ୍ଗ ଇଞ୍ଜିନିଅର ଚିନ୍ମୟ ରାଉତ, ନିର୍ବାହୀ ଯନ୍ତ୍ରୀ (ଡ୍ରେନେଜ) ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ବାଣପୁର ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ବଡ଼ ବିବାଦ, ଥାନା ଭିତରେ କଣ ଘଟିଲା?

mahabharatanews

ଦୋକାନରେ ଅଗ୍ନିକାଣ୍ଡ, ୫୦ ହଜାର ଟଙ୍କାର ସାମଗ୍ରୀ ପୋଡି ପାଉଁଶ

mahabharatanews

୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କ ରହିବା ବ୍ୟବସ୍ଥା କରାଯାଉ: ହାଇକୋର୍ଟ

mahabharatanews