ଓଡିଶା

ସାଇକୋ ଲେଡିକୁ ନେଇ କଲେ ଖୁଲାସା: ଆଦିତ୍ୟଙ୍କ ବାପା

 ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ୨ ମାସ ହେବାକୁ ହେଲାଣି । ୨ ମାସ ପରେ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ବାପା। କ୍ରାଇମ ବ୍ରାଞ୍ଚ ଜେରା ସମୟରେ ସେ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ମହିଳାଙ୍କ ହାତ ଥିବା କହିଛନ୍ତି । ଆଜି ଗଣାମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ଆଦିତ୍ୟଙ୍କ ବାପା । ସେ କହିଛନ୍ତି, ତାଙ୍କ ପୁଅର ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥାଇପାରେ। କାରଣ ସେ ସାଇକୋ ଲେଡି ଆଦିତ୍ୟକୁ ଏକତରଫା ପ୍ରେମ କରୁଥିଲେ, ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଆଦିତ୍ୟ ତାଙ୍କୁ ପସନ୍ଦ କରୁନଥିବା କାରଣରୁ ସେ ତାକୁ ବ୍ଲାକମେଲିଂ କରୁଥିବା ତାଙ୍କ ବାପା କହିଛନ୍ତି। କ୍ରାଇମବ୍ରାଞ୍ଚକୁ ଜେରା ସମୟରେ ଆଦିତ୍ୟଙ୍କ ବାପା ଏନେଇ ସମସ୍ତ ସୂଚନା କ୍ରାଇମବ୍ରାଞ୍ଚଙ୍କୁ ଦେଇଛନ୍ତି। କିନ୍ତୁ କ୍ରାଇମବ୍ରାଞ୍ଚ ଏ ଦିଗରେ ତଦନ୍ତ କରୁନଥିବା କାରଣରୁ ସେମାନେ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏନେଇ ମଧ୍ୟ ହାଇକୋର୍ଟରେ ଆବେଦନ କରିଛନ୍ତି।
ଆଦିତ୍ୟ ମୃତ୍ୟୁ ଘଟଣାରେ ଅନେକ ଲୋକଙ୍କୁ ଜେରା କରାଯାଇଛି । ପ୍ରଥମେ ଏହି ଘଟଣାରେ ଜିଆରପି ପୁଲିସ ତଦନ୍ତ କରୁଥିଲା । କିନ୍ତୁ ଜିଆରପି ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ରାଜ୍ୟ ପୁଲିସ ମହାନିର୍ଦେଶକ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ତେବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଏକ ମାସ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତକାରୀ ଦଳ କୌଣସି ସୁରାକ ପାଉନାହିଁ । ଏହା ମଧ୍ୟରେ ଆଦିତ୍ୟଙ୍କ ପିତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବନ୍ଧୁ ପପୁ, ବିକାଶ ଓ ପ୍ରୀତମଙ୍କୁ ଘଣ୍ଟା ଜେରା ସମସ୍ତଙ୍କର ଲାଇଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇଛି।

Related posts

ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews

ସରକାରଙ୍କ ଘୋଷିତ ଅର୍ଥରାଶି ନ ମିଳିବାରୁ ପ୍ରବାସୀଙ୍କ ରାସ୍ତା ଅବରୋଧ

mahabharatanews

ସାବଧାନ ବୁଲୁଛି ମହାବଳ

mahabharatanews