ଅପରାଧ

୧୦୩ କେଜି ଗଞ୍ଜେଇ ଜବତ, ୪ ଗିରଫ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି କାଲିମେଳା ବ୍ଳକ ସିମାନ୍ତ ମୋଟୁ ପୋଲିସ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚାଲାଣରେ ୪ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏସଆଇ ନରସିଂହ ଦୋରାଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଥାନା ଅଂଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ମାନ୍ୟମକୋଣ୍ଡା ରାଜଗିରି ରାସ୍ତାର ବାଞ୍ଚିଗୁଡା ନିକଟରେ ୨ ଜଣ ବ୍ୟକ୍ତି ବସ୍ତାରେ କିଛି ସାମଗ୍ରୀ ଭର୍ତ୍ତି କରି ଏକ ମୋଟର ସାଇକେଲରେ ନେଉଥିବା ପୋଲିସ ଦେଖିବାକୁ ପାଇଥିଲା । ପରେ ମୋଟୁ ପୋଲିସ ଟିମ୍ ସେଠାରେ ଚଢାଉ କରି ବସ୍ତା ଯାଞ୍ଚ କରିବାରୁ ଏଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା । ତେବେ ମୋଟୁ ପୋଲିସ ଏହି ଚଢାଉ ବେଳେ ୧୦୩ କେଜି ଗଞ୍ଜେଇ ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ୪ ଜଣ ଗିରଫ ହୋଇଛନ୍ତି । ଏହି ଗଞ୍ଜେଇ ଚାଲାଣରେ ବ୍ୟବହୃତ ବାଇକ୍କୁ ମଧ୍ୟ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ମୋଟୁ ପୋଲିସ ସୂଚନା ଦେଇଛି ।

Related posts

୧୩୫କେଜି ଗଞ୍ଜେଇ ଜବତ

mahabharatanews

ରାଜଧାନୀରେ ଯୁବକଙ୍କୁ ଗୋଡାଇ ହାଣିଲେ ଦୁର୍ବୃତ୍ତ

mahabharatanews

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews