ଭୁବନେଶ୍ୱର: କୋଭିତ-୧୯ର ସମସ୍ତ ନିୟମାବଳୀ ଓ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ (ଓଟିଡ଼ିସି) ତା’ର ୪୧ତମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ପାଳନ ହୋଇ ଯାଇଛି । ଓଟିଡିସି ମୁଖ୍ୟ କାର୍ୟ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ପର୍ୟ୍ୟଟନର ବିକାଶ ଯାତ୍ରାରେ ଓଟିଡିସି ୪୧ ବର୍ଷ ଧରି ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଏହା ଏକ ଲାଭଦାୟକ ଅନୁଷ୍ଠାନ ହୋଇ ରାଜ୍ୟ ସରକାରଙ୍କ ରୌପ୍ୟ ବର୍ଗର ସରକାରୀ ଉଦ୍ୟୋଗ ହୋଇପାରିଛି । କରୋନା ମହାମାରୀ ପରିସ୍ଥିତି ମଧ୍ୟରେ ହୋଟେଲ ଓ ପର୍ୟ୍ୟଟନ ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ନିଗମ ନିଜର ୨୧ଟି ପାନ୍ଥନିବାସ ଓ ୨ଟି ପରିବହନ ୟୁନିଟ୍ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଦୈନିକ ଖାଦ୍ୟ, ପାନୀୟ, ରହିବା ଓ ପରିବହନ ସୁବିଧା ଯୋଗାଇ ଦେଇ ପ୍ରଶଂସିତ ହୋଇଛି ।
କରୋନାର କରାଳ ଛାୟାରେ ବି ନିଗମ ନିଜର ବ୍ୟବସାୟିକ କାରବାରକୁ ଜାରି ରଖୁବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖୁଛି । ରାଜ୍ୟର ପର୍ୟ୍ୟଟନ ଶିଳ୍ପକୁ କ୍ରିୟାଶୀଳ କରିବା ନିମନ୍ତେ କିଛିଦିନ ତଳେ ଆମେ ନିଜସ୍ବ ସାମର୍ଥରେ ଭିଡିଓ ବିଜ୍ଞାପନ ଜାରି କରିଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ ନିର୍ଦ୍ଦେଶରେ ବିଗତ ଏକବର୍ଷ ମଧ୍ୟରେ ନିଗମ ଅନେକ କାର୍ୟ୍ୟକ୍ରମ ହାତକୁ ନେଇ ସାଧାରଣ ଲୋକଙ୍କ ଦ୍ୱାରା ଆସ୍ଥାଭାଜନ ଓ ପ୍ରଶଂସିତ ହୋଇପାରିଛି। ମା’ ସମଲେଶ୍ବରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’, ଡେଷ୍ଟିନେସନ୍ ୱେଡିଂ, ବିଦେଶ ଯାତ୍ରା ପାଇଁ ଗ୍ଲୋବାଲ ଟୁର୍ ପ୍ୟାକେଜ୍ , ଦଶହରାରେ ୩ଦିନ ବ୍ୟାପୀ ଦାଣ୍ଡିଆ ଯାତ୍ରା, ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ବାଲୁକା କଳା ପ୍ରଦର୍ଶନୀ, ଭିତରକନିକା, ସାତକୋଶିଆ ସମେତ ରାଜ୍ୟର ପ୍ରମୁଖ ପର୍ୟ୍ୟଟନସ୍ଥଳୀକୁ ସବୁ ବର୍ଗଙ୍କୁ ସୁହାଇବା ଭଳି ଏକାଧିକ ଟୁର ପ୍ୟାକେଜ୍ , ପର୍ୟ୍ୟଟନ ବିଭାଗ ସହ ମିଶି କୋଣାର୍କରେ ଇକୋ-ରିଟ୍ରିଟ୍ ପରିଚାଳନା, କ୍ରୀଡ଼ା ବିଭାଗ ସହ ମିଶି ‘ଖେଲୋ ଇଣ୍ଡିଆ’ କାର୍ୟ୍ୟକ୍ରମକୁ ଟ୍ରାନ୍ସପୋର୍ଟ ସୁବିଧା ଯୋଗାଇବା, ପାନ୍ଥନିବାସର ଖାଦ୍ୟକୁ ଜୋମାଟୋ, ସ୍ବିଗି ଭଳି ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ କରିବା, ଓଡ଼ିଶାର ପର୍ୟ୍ୟଟନର ଅଧିକ ପ୍ରସାର ପାଇଁ “ମେକ ମାଇଁ ଟ୍ରିପ” ‘ଯାତ୍ରା, ଗୋଆଇବିଆଇବି ଭଳି ପ୍ରତିଷ୍ଠିତ ଅନଲାଇନ୍ ପ୍ଲାଟଫର୍ମ ସହ ଓଟିଡିସି ଚୁକ୍ତିବଦ୍ଧ କରି ସେବା ଯୋଗାଉଛି । ବିଭିନ୍ନ ପାନ୍ଥନିବାସର ଆଧୁନିକୀକରଣ କାର୍ୟ୍ୟ ମଧ୍ୟ ହାତକୁ ନିଆଯାଇଛି । ତା’ଛଡ଼ା କରୋନା ସମୟରେ ଲୋକଙ୍କ ମଧ୍ୟରେ ଓଡ଼ିଆ ଖାଦ୍ୟର ପ୍ରସାର ପାଇଁ “ଆମ
ପର୍ୟ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ “ବଣଭୋଜି” ନାମରେ ଏକ ସ୍ୱତନ୍ତ୍ର ଟୁର ପ୍ୟାକେଜ୍ ର ଯୋଜନା କରାଯାଇଛି । ଏହା ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ତଥା । ଜଙ୍ଗଲ ଗୁଡ଼ିକରେ ଥିବା ପ୍ରାକୃତିକ ବୈଭବ ସମ୍ପର୍ଣ୍ଣ ସ୍ଥାନଗୁଡ଼ିକରେ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ପ୍ୟାକେଜ ଟି ସବୁବର୍ଗର ବ୍ୟକ୍ତିଙ୍କୁ ଆମୋଦ ପ୍ରଦାନ କରିବାରେ ସକ୍ଷମ ହେବ । ପ୍ରତିଷ୍ଠା ଦିବସରେ ବନ ବିଭାଗର ଅନୁରୋଧରେ ନନ୍ଦନକାନନର ଗୋଟିଏ ଧଳାବାଘ ‘ସ୍ପନ୍ଦନ’ର ଭରଣପୋଷଣ ଦାୟିତ ଓଟିଡିସି ନେଇଛି । ଏହା ସହିତ “ଅତିଥି ଦେବୋ ଭବଃ” ସ୍ଲୋଗାନକୁ ଆଧାର କରି ଦେଶ ଓ ବିଦେଶର ପର୍ୟ୍ୟଟକଙ୍କୁ ନିମନ୍ତ୍ରଣ କରିବାପାଇଁ ନିଗମ ନିଜର ପ୍ରତିଷ୍ଠା ଦିବସରେ ଏକ ସ୍ବତନ୍ତ୍ର ଅଡିଓ/ ଭିଡିଓ ଉନ୍ମୋଚନ କରିଛି ।
previous post