ଓଡିଶା

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଧାନ

(ରଜନୀକାନ୍ତ ପାତ୍ର/ସାନଖେମୁଣ୍ଡି): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭାଜପା ପକ୍ଷରୁ ଶୁକ୍ରବାର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ତହସିଲଦାର ଅମିତ ନାୟକଙ୍କ ଜରିଆରେ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ସମସ୍ତ ଚାଷୀଙ୍କୁ ଖୁବ ଶୀଘ୍ର ସାର ଯୋଗାଇଦେବା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା, ବେଆଇନ ବାଲି, ମୋରୁମ, ଇଟା ଚାଲାଣ ବନ୍ଦ କରିବା, ଚାଷୀର ଜମିକୁ ନିତିଦିନିଆ ଜଳସେଚନ ବ୍ୟବସ୍ଥା କରିବା, ଖାଲି ପଡିଥିବା ଜମିର ମାଟି ପରୀକ୍ଷା କରି ବିଭିନ୍ନ ପ୍ରକାର ଫସଲ ଚାଷ ପାଇଁ ସହାୟତା ଯୋଗାଇଦେବା ଆଦି ଦାବୀ ନେଇ ଭାଜପା କର୍ମକର୍ତ୍ତା ମାନେ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ। ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପରିଧାନ କରି ଏହି ପ୍ରତିବାଦ ସ୍ମାରକପତ୍ର ପ୍ରଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏହି ଦାବୀ ପତ୍ର ପ୍ରଦାନ ସମୟରେ ଯୁବ ନେତା ଏମ ଚିନ୍ମୟ ରେଡ୍ଡିଙ୍କ ସେମେତ ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ଥିଲେ।

Related posts

 ସିଧାରପ୍ରସ।ରଣକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

mahabharatanews

ସମଲ ଠାରେ ଚାଲିଛି ମା’ ତାରିଣୀ ଙ୍କ ଚଇତି ପର୍ବ

mahabharatanews

ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

mahabharatanews