ଓଡିଶା

ରାସନ କାର୍ଡଧାରୀଙ୍କୁ ୧୨ ଦିନ ପରେ ମିଳିଲା ରିଲିଫ

(ଜୟନ୍ତ କୁମାର ସେଠୀ/ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ୧୨ ଟି ପଞ୍ଚାୟତର ପ୍ରାୟ ୬୦ ଟି ଗାଁ ଦୟାନଦୀ ଓ ଲୁଣାନଦୀର ବନ୍ୟାଜଳରେ ଗଭୀର ଭାବେ ପ୍ରଭାବିତ ହୋଇଛି । ସରକାର ବନ୍ୟା ବିପନ୍ନଙ୍କୁ ତୁରନ୍ତ ରିଲିଫ ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଥିଲେ। ୧୨ ଦିନ ଧରି ପାଣି ଘେରରେ ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି । ରବିବାର ଡେଲାଙ୍ଗ ବ୍ଲକରେ କଲ୍ୟାଣପୁର ପଞ୍ଚାୟତର ରାଢୁଅ ଗାଁରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ ବେଳେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମା ଉପସ୍ଥିତ ଥିଲେ । କେବଳ ରାସନ କାର୍ଡଧାରୀଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା । ତେବେ ଏହାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତଙ୍କୁ ରିଲିଫ ବଣ୍ଟନ ପାଇଁ ଦାବି କରିଥିଲେ । ରିଲିଫ ସାମଗ୍ରୀୂ ଯୋଗାଇ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ । ରିଲିଫ ବଣ୍ଟନ ବେଳେ ଡେଲାଙ୍ଗ ବ୍ଲକ ବିଡିଓ,ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ଉପସ୍ଥିତ ଥିଲେ ।

Related posts

 ଓଡ଼ିଶାରେ ଦେଶର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର 

mahabharatanews

ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କାରେ ୩ ଶ୍ରମିକଙ୍କ ମୃତ୍ୟୁ

mahabharatanews

କୋଭିଡ ହସପିଟାଲରେ ଭର୍ତ୍ତି ହେଲେ ହସ୍ତତନ୍ତ ମନ୍ତ୍ରୀ

mahabharatanews