ଓଡିଶା

ଓଡିଶାକୁ ଅନୁଭବଙ୍କ କେଶ ସ୍ଥାନାନ୍ତର କରିବାକୁ ବର୍ଷା ଯିବେ ସୁପ୍ରିମ କୋର୍ଟ

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ ପରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ଛାଡପତ୍ର ପାଇଁ ପିଟିସନ ଦାୟର କରିଛନ୍ତି । ଏହାକୁ ନେଇ ବର୍ଷା ସୁପ୍ରିମକୋର୍ଟ ଯାଇପାରନ୍ତି । ସେ କଟକରେ ରହୁଛନ୍ତି । ଦିଲ୍ଲୀରେ ତାଙ୍କ ସ୍ୱାମୀ ମାମଲା ଦାୟର କରିଛନ୍ତି । ଶୁଣାଣି ସମୟରେ ତାଙ୍କୁ ଦିଲ୍ଲୀ ଯିବାକୁ ପଡିପାରେ, ଯାହା ତାଙ୍କ ପରି ଜଣେ ଏକାକୀ ମହିଳାଙ୍କ ପାଇଁ କଷ୍ଟକର ହେବ । ତେଣୁ ମାମଲାକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମ କୋର୍ଟରେ ଅପିଲ ପରି ପାରନ୍ତି । ପରିଚାଳନାଗତ ସୁବିଧା ପାଇଁ ଓଡ଼ିଶାକୁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି।
ସାଂସଦ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣଣି ଅକ୍ଟୋବର ୧୨କୁ ଘୁଞ୍ଚିଯାଇଛି। ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ କହିଛନ୍ତି। ଅନ୍ୟପକ୍ଷରେ ପାରିବାରିକ କୋର୍ଟରେ ଥିବା ବର୍ଷାଙ୍କ ମାମଲା ଅକ୍ଟୋବର ୧୪କୁ ଘୁଞ୍ଚିଛି। ଅକ୍ଟୋବର ୧୪ରେ ମାମଲାର ପ୍ରାରମ୍ଭିକ ଶଣାଣି ହେବା କୁହାଯାଉଛି ।

Related posts

ଦିନକୁ ଦୁଇ ଥର ସଫେଇ ଗାଡି ଯିବ-ବିଏମସି

mahabharatanews

ଆଜି ଭୁବନେଶ୍ୱରରୁ ୧୦୫ କରୋନା ପଜିଟିଭ୍ ଚିହ୍ନଟ

mahabharatanews

୭୬ ବର୍ଷରେ ବରଗଡ଼ ଧନୁଯାତ୍ରା

mahabharatanews