(ନୁଆଦିଲ୍ଲୀ): ଏଲଏସିରେ ପୁଣି ଦେଖା ଦେଲା ଉତ୍ତେଜନା । ଚୀନ ପକ୍ଷରୁ ସୀମାରେ ଗୁଳିମାଡ କରାଯାଇଛି । ଭାରତ ମଧ୍ୟ ଏହାର ପାଲଟା ଜବାବ ଦେଇଛି । ପୁର୍ବ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟୋଲ୍ ରେ ପୁଣି ଚୀନ ସେନା ପକ୍ଷରୁ ଗୁଳିମାଡ ହୋଇଛି ଏବଂ ସେନା ପକ୍ଷରୁ ଦକ୍ଷିଣ ପାଙ୍ଗଙ୍ଗ ଅଞ୍ଚଳରେ ପୁଣି ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ତେବେ ଏହି ଅନୁପ୍ରବେଶର କଡା ଜବାବ ଦେବା ପାଇଁ ସୀମାରେ ସଜାଗ ରହିଥିଲା । ଯାହା ଫଳରେ ଚୀନ ଗୁଳିର ପାଲଟା ଜବାବ ଦେବାରେ ଭାରତ ସକ୍ଷମ ହୋଇପାରିଲା । କଡା ଜବାବ ପରେ ବର୍ତ୍ତମାନ ସୀମାରେ ସ୍ଥିତି ଆୟତରେ ଥିବା ଭାରତୀୟ ସେନା ପକ୍ଷରୁ ସୁଚନା ଦିଆଯାଇଛି ।
ତେବେ ଏହି ଗୁଳି ବିନିମୟ ପାଇଁ ଭାରତକୁ ଚୀନ ସେନା ପକ୍ଷରୁ ଦାୟୀ କରାଯାଇଛି । ପିଏଲ୍ଏ ଏକ ବିବୃତି ଜାରି କରି ଜଣାଇଛି ଯେ ସେପ୍ଟେମ୍ବର ୭ରେ ଭାରତୀୟ ସେନା ବେଆଇନ ଭାବେ ସୀମା ଅନୁପ୍ରବେଶ କରି ଚୀନ-ଭାରତୀୟ ସୀମାର ପଶ୍ଚିମ ଭାଗ ବାଙ୍ଗୋଙ୍ଗ ହୁନାନରେ ପ୍ରବେଶ କରିଥିଲା । ଏ ନେଇ ଭାରତୀୟ ସେନାର ସରକାରୀ ବିବୃତିକୁ ଅପେକ୍ଷା କରାଯାଇଛି । ଅଗଷ୍ଟ ୧୫ ପରଠାରୁ ଏପରି ଗୁଳି ବିନିମୟ ଦ୍ବିତୀୟ ଥର ପାଇଁ ଘଟିଛି ।
previous post
next post