ଅପରାଧ

ଭୁବନେଶ୍ୱରରେ ଗୋଟିଏ ଦିନରେ ୫ଟି ଅପମୃତ୍ୟୁ ମାମଲା

(ଆଦର୍ଶ ରାଉତ/ଭୁବନେଶ୍ୱର): ରାଜଧାନୀରେ ଗତକାଲି ଗୋଟିଏ ଦିନରେ ୫ ଅପମୃତ୍ୟୁ ହୋଇଛି । କମିସନରେଟ ପୁଲିସର ଧଉଳି, ଲକ୍ଷ୍ମୀସାଗର, ଖଣ୍ଡଗିରି, ଯାଁଳା ଏବଂ ଏୟାରପୋର୍ଟ ଥାନାରେ ଏହିସବୁ ଘଟଣା ଘଟିଛି । ଏଥି ମଧ୍ୟରୁ ୪ ଜଣ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ବେଳେ ଜଣେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ପୁଲିସ ସମସ୍ତ ମୃତଦେହକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଛି । ଉଲ୍ଲେଖ୍ୟଯୋଗ୍ୟ ଯେ, ଧଉଳି ଥାନା ଅଧୀନ ଶିଶୁପାଳଗଡ ତଇଲା ସାହିରେ ଜଣେ ଯୁବକ ଘର ଭିତରେ ବେଡସିଡ ସାହାଯ୍ୟରେ ପଙ୍ଖାରେ ଝୁଲି ପଡିଛି । ସକାଳୁ ପରିବାର ଲୋକେ ଦେଖିବା ବେଳକୁ ଯୁବକଙ୍କ ମୃତଦେହ ପଙ୍ଖାରେ ଝୁଲୁଥିଲା । ଧଉଳି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଚିଂ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ପଠାଇଛି । ଗତକାଲି ଯାଁଳା ଫାଣ୍ଡି ନିକଟସ୍ଥ ଦେଉଳିଆ ପାଟଣା ଗ୍ରାମର ଜଣେ ଯୁବକ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରେମ ଜନିତ କାରଣରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେହିପରି ଏୟାରପୋର୍ଟ ଥାନା ଏରୋଡ୍ରମ ଅଚଂଳରେ ରହୁଥିବା ନୟାଗଡ ପୁରୁଷୋତ୍ତମପୁର ଅଚଂଳର ବିଦ୍ୟାଧର ମହାରଣା ଗତକାଲି ଅପରାହ୍ଣ ୩ଟାରେ ଘର ଭିତରେ ରଶି ସାହାଯ୍ୟରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ଦୀର୍ଘଦିନ ହେବ ମାନସିକ ବିଶାଦରେ ରହୁଥିବା ଜଣାପଡିଛି । ଏକ ସଡକ ଦୁର୍ଘଟଣାରେ ସେ ଅଚଳ ହୋଇପଡିଥିଲେ । କୌଣସି କାମ ଧନ୍ଦା କରିପାରୁନଥିଲେ । ପରିବାର ପୋଷଣ ପାଇଁ ସ୍ତ୍ରୀ ଓ ଝିଅ ପଦାକୁ କାମ କରିବାକୁ ଯାଉଥିଲେ । ଏହା ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଥିଲା । ତେଣୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ସେହିପରି ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡା ଭୋଇସାହିରେ ସୋମବାର ଜଣେ ଯୁବକ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛି । ମୃତ ଯୁବକ ହେଲେ ଦୁଃଶାସନ ସାମଲ ବୋଲି ଜଣାପଡିଛି। ରବିବାର ରାତିରେ କୌଣସି କାରଣରୁ ସେ ଆତ୍ମହତ୍ୟା କରିଥିଲେ । ପରେ ପରିବାର ଲୋକେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଉକ୍ତ ଥାନା ଅଚଂଳରେ ଗଙ୍ଗାଧର ତ୍ରିପାଠୀ ନାମ ବ୍ୟକ୍ତିଙ୍କ ଗତକାଲି ସକାଳେ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ସେହିପରି ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡରୁ ସୋମବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତକ ପରିଚୟ ଏଯାଏ ମିଳିନଥିବା ବେଳେ ପୋଲିସ ମୃତଦେହକୁ କ୍ୟାପିଟାଲ ହସପିଟାଲ ଶବାଗାରକୁ ପଠାଇଛି ।

Related posts

ବିଜେପି ନେତା ମର୍ଡର ଘଟଣା: ସିନ ରିକ୍ରିଏଟ ବେଳେ ମିଳିଲା ଖଣ୍ଡା

mahabharatanews

ସୁନା ବ୍ୟବସାୟୀ ଅପହରଣ ନେଇ ଥାନାରେ ଅଭିଯୋଗ

mahabharatanews

ହତ୍ୟା ତଦନ୍ତରେ ମହାଦୁର୍ନୀତିର ଆବିର୍ଭାବ

mahabharatanews