ଓଡିଶା

ମନ୍ଦିର ଜମି ନିଲାମ ପାଇଁ ଉଦ୍ୟମ, ପ୍ରତିଶୃତି ପରେ ଅନଶନ ସ୍ଥଗିତ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ହିଞ୍ଜିଳି ତହସିଲ ଅଧିନରେ ଥିବା ରାଧାକୃଷ୍ଣ ମନ୍ଦିରର ଜମିକୁ ଅନୈତିକ ଉପାୟରେ କିଛି ପ୍ଲଟ ବ୍ୟବସାୟୀଙ୍କୁ ଶାଗମାଛ ଦରରେ ବିକ୍ରି ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତହସିଲ ପୌରପରିଷଦ ଅଧିନ ତଥା ହିଞ୍ଜିଳି ମୌଜାରେ ଥିବା ରାଧାକୃଷ୍ଣଙ୍କ ୮ ଏକରରୁ ଅଧିକ ଜମି ବିକ୍ରୟ ଦଲିଲକୁ ରଦ୍ଧ କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ ଆସନ୍ତା ୧୦ ତାରିଖରୁ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ପ୍ରେସ ବିବୃତ୍ତିରେ ଜଣାଇଥିଲେ। ଏସମ୍ପର୍କିତ ସ୍ଥାନୀୟ ଉପନିବନ୍ଧକ ସମ୍ପୃକ୍ତ ଦଲିଲ ପଞ୍ଜିକରଣ ହୋଇନଥିବା ନେଇ ପତ୍ର ସଂଖ୍ୟା-୨୪୨/୦୮.୦୯.୨୦ରେ ଲିଖିତ ପ୍ରତିଶୃତିରେ ପାଇବା ପରେ ଆମରଣ ଅନଶନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ହିଞ୍ଜିଳି ମୌଜାରେ ଥିବା ରାଧାକୃଷ୍ଣ ମଭାପ୍ରଭୁଙ୍କ ପ୍ରାୟ ୮ ଏକରରୁ ଉଦ୍ଧ୍ୱର୍ ଜମିକୁ ଏଣ୍ଡୋମେଣ୍ଟ ବୋର୍ଡ ଗତ ମାର୍ଚ୍ଚ ମାସରେ ୧ କୋଟି ୪୦ ଲକ୍ଷ ଟଙ୍କା ସର୍ବନିମ୍ନ ଧାର୍ଯ୍ୟ କରି ମନ୍ଦିର ଟ୍ରଷ୍ଟିକୁ ଖବର କାଗଜ ମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିଥିଲେ । ଏକମାସ ମଧ୍ୟରେ ଗ୍ରାମବାସୀ ତଥା ସମ୍ପୃକ୍ତ ମନ୍ଦିର ସମ୍ପର୍କିତ ବ୍ୟକ୍ତି ବିଶେଷ ଓ ଗାଁର ଭଦ୍ରବ୍ୟକ୍ତିଙ୍କ ସମ୍ମୁଖରେ ନିଲାମ କରି ବିକ୍ରି ପାଇଁ କ୍ଷମତା ପ୍ରଦାନ କରିଥିଲେ । ତେବେ ଏନେଇ ଗତ ଜୁନ ୫ରେ ମନ୍ଦିର ଟ୍ରଷ୍ଟି ଦ୍ୱାରା ଦାଖଲ କରାଯାଇଥିବା ଦଲିଲକୁ ସ୍ଥଗିତ ରଖିବା ପାଇଁ କିଛି ଗ୍ରାମବାସୀ ଆପତ୍ତି କରିଥିଲେ । ସମ୍ପୃକ୍ତ ଦଲିଲକୁ ସ୍ଥଗିତ ରଖି ନିଲାମ ପ୍ରକ୍ରିୟାର ଅନୁସନ୍ଧାନ କରାଯାଉ ବୋଲି ଗ୍ରାମାବାସୀ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ଅନୈତିକ ଉପାୟରେ କରାଯାଇଥିବା ନିଲାମକୁ ରଦ୍ଧ କରିବା, ତ୍ରୁଟିପୂର୍ଣ୍ଣ ଜମି ବିକ୍ରି ଅନୁମତିର ପୁନର୍ବିଚାର ଓ ଟ୍ରଷ୍ଟି ପରିବର୍ତ୍ତନ କରାଯାଇ ନୁତନ ଟ୍ରଷ୍ଟି ଗଠନ ସମ୍ପର୍କରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Related posts

ବେଳାଭୂମିରୁ ମୃତ ତିମି ଉଦ୍ଧାର

mahabharatanews

ରାଜ୍ୟରେ ରହିଛି ପର୍ଯ୍ୟାପ୍ତ ଆଇସୋଲେସନ ୱାର୍ଡ: ଯୋଗୀ

mahabharatanews

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ଓ ବସ୍‍ ସେବା

mahabharatanews