Uncategorized

୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୦୯ ମୃତ

(ନୂଆଦିଲ୍ଲୀ): ଭାରତରେ କରୋନା ସଂକ୍ରମଣ ଯେଉଁ ମାତ୍ରାରେ ବଢ଼ିବାରେ ଲାଗିଛି ତାକୁ ତାଳ ନେଇ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେବେ ମୃତ୍ୟୁ ସଂଖ୍ୟା ଏବଂ ଆକ୍ରାନ୍ତ ସଂଖ୍ୟାରେ ଲଗାମ ଲାଗୁନଥିବା ବେଳେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଦିନକରେ ୯୬ ହଜାର ୫୫୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ୬୨ ହଜାର ୪୧୪କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୧,୨୦୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬ ହଜାର ୨୭୧ ରେ ପହଞ୍ଚିଛି । ଦେଶରେ ବତ୍ତର୍ମାନ ୯ ଲକ୍ଷ ୪୩ ହଜାର ୪୮୦ ଆକ୍ଟିଭ୍ କେସ୍ ଥିବାବେଳେ ୩୫ ଲକ୍ଷ ୪୨ ହଜାର ୬୬୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ବିଧାୟଙ୍କୁ କିଣିବାକୁ ଚେଷ୍ଟା କରିଥିବା ନେତାଙ୍କ ପର୍ଦ୍ଦାଫାସ କରିବୁ: ବିଏସ ରାଥୋଡ

mahabharatanews

ହରିଦ୍ୱାରରେ ଗଙ୍ଗା ଆରତୀର ସିଧା ପ୍ରସାରଣ ପାଇଁ ନିର୍ଦ୍ଦେଶ

mahabharatanews

ଆଇଏନଏସ ବିକ୍ରମାଦିତ୍ୟ ଉପରେ ଏଲସିଏ ନେଭିର ସଫଳ ଅବତରଣ

mahabharatanews