ଓଡିଶା

ଜନ୍ମମାଟିରେ ଶହିଦ ଯବାନ ସୁଧୀର ଟୁଡୁଙ୍କ ଶେଷକୃତ୍ୟ ସମ୍ପନ୍ନ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): କଳାହାଣ୍ଡି କନ୍ଧମାଳ ସୀମାରେ ମାଓବାଦୀଙ୍କ ସହ ଗୁଳିବିନିମୟ ସମୟରେ ୨ ଯବାନ ସହିଦ ହୋଇଥିଲେ । ମୟୁରଭଞ୍ଜ ଶୁଳିଆପଦା ଥାନା ସାନ ଭଦୁଆଷୋଳ ଗାଁ ମାଟିର ପୁଅ ସୁଧୀର କୁମାର ଟୁଡୁ ଏହି ଅପରେସନରେ ଶହିଦ ହୋଇଥିବା ବେଳେ ଆଜି ନିଜ ଜନ୍ମ ମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶହିଦ ଯବାନଙ୍କ ମରଶରୀର ଗାଁରେ ପହଂଚିବା ପରେ ବଘଡା ଅଂଚଳରୁ ଶୋଭାଯାତ୍ରାରେ ନିଆଯାଇଥିଲା । ଏଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ନିଜେ ଏସପି ଉପସ୍ଥିତ ରହିଥିଲେ । ସେହିପରି ମରଶରୀରକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳବାସୀ ନେଇଥିଲେ ।  ପରିବାର ଲୋକେ ଦର୍ଶନ କରିବା ପରେ ନିକଟରେ ଥିବା ପଡିଆରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତେବେ ଗତ ରଜରେ ସୁଧୀର ଘରକୁ ଆସିଥିଲେ ଏବଂ ଘର ଲୋକଙ୍କ ସହ ରହିବା ପରେ ଦୁର୍ଗାପୂଜାକୁ ଆସିବାନେଇ ଘରେ ଥିବା ବିଧବା ମାଆଙ୍କୁ କହି ଯାଇଥିଲେ। ହେଲେ ହଠାତ୍ ସୁଧୀରଙ୍କ ସହିଦ ହେବାଖବର ଜାଣିବାପରେ ପରିବାରରେ କେହି ବିଶ୍ୱାସ କରିପାରି ନଥିଲେ। ପୁଅର ମୃତ୍ୟୁ ଖବର ପହଞ୍ଚିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ଶହିଦ ଯବାନଙ୍କ ପରିବାର ଲୋକେ । ସୂଚନାଯୋଗ୍ୟ,କଳାହାଣ୍ଡି-କନ୍ଧମାଳ ସୀମା ସିର୍କୀ ଜଙ୍ଗଲରେ ନକ୍ସଲ ଗତିବିଧି ସମ୍ପର୍କରେ ଖବର ପାଇବା ପରେଏସଓଜି ଯବାନ ସର୍ଚ୍ଚ ଅପେରସନରେ ଯାଇଥିଲେ । ଗତ ୯ ତାରିଖ ବୁଧବାର ସକାଳ ୧୧ ଟା ସମୟ ପାଖାପାଖି ନକ୍ସଲ ସହ ଏସଓଜିଯବାନ ମୁହାଁମୁହିଁ ହୋଇଥିଲେ। ଯବାନ ନକ୍ସଲ ଗୁଳିବିନିମୟରେ ୫ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଏସଓଜିଯବାନ ସହିଦ ହୋଇଥିଲେ। ସେ ମଧ୍ୟରୁ ଜଣେ ଅନୁଗୁଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ସହିଦ ମୟୁରଭଂଜ ଜିଲ୍ଲା ଶୁଳିଆପଦା ଥାନା ଅଂଚଳର ସୁଧୀର କୁମାର ଟୁଡୁ।

Related posts

ନିଟ ପରୀକ୍ଷା ପାଇଁ  ବ୍ୟବସ୍ଥା କରାଯାଇଛି

mahabharatanews

ମୁଖ୍ୟମନ୍ତ୍ରୀଙ୍କ ୧୫ତମ ପାଳି ଅଭିଯୋଗ ଶୁଣାଣି ; ୯୬ ପ୍ରତିଶତ ଅଭିଯୋଗ ସମାଧାନ

mahabharatanews

ଆୟବା: ଭୁଲ ପଞ୍ଜିକରଣ ଯୋଗୁଁ ୪୧ଚାଷୀ ଧାନ ବୀକ୍ରୟରୁ ବଂଚିତ

mahabharatanews